ଆସିଲା ଫୋନକଲ

0 521

ଭୁବନେଶ୍ୱର,୨୮/୧୧ – କାହାର ଆସିଲା ରାତିଅଧିଆ ଫୋନକଲ୍ । ଚଢାଗଳାରେ ମିଳିଥିଲା ଉତର । ବ୍ୟତିବ୍ୟସ୍ତ ହୋଇଯାଇଥିଲେ ନନ୍ଦନକାନନ କର୍ତୁପକ୍ଷ । ଆଉ କାଳବିଳମ୍ଭ ନକରି ରବିବାର ସୁଦ୍ଧା ନନ୍ଦନକାନନ ଛାଡିବାକୁ ଦେଇଥିଲେ ନିର୍ଦ୍ଦେଶ । ଏହା ଯୋଗୁ ଦୁଇଟି ବିଭାଗ ହୋଇଯାଇଥିଲା  ଅଧିକାରୀ ଶୁନ୍ୟ । ଏହି କଥା ଆମେ କହୁନାହୁଁ , ଫୋନ୍ ଟି କେଉଁଠୁ ଆସିଥିଲା ଓ କିଏ କଥା କରିଥିଲେ ,କିନ୍ତୁ ନନ୍ଦନକାନନର କର୍ମଚାରୀମାନେ ଏହାକୁ ନେଇ ଆରମ୍ଭ କରିଦେଇଛନ୍ତି ଚର୍ଚ୍ଚା ।
ଜୀବଉଦ୍ୟାନ ନନ୍ଦନକାନନ ପରିଚାଳନା ପାଇଁ ଷ୍ଟୋର,ସୁରକ୍ଷା,ସ୍ୱତନ୍ତ୍ରପ୍ରକଳ୍ପ,ଜନ୍ତୁ,ରାଜସ୍ୱ ଆଦି ୫ଟି ଭାଗରେ ବିଭକ୍ତ କରାଯାଇ ୫ଟି ରେଞଅଫିସରଙ୍କୁ ଦିଆଯାଇଛି ଦାୟିତ୍ୱ । ଗତକିଛି ମାସତଳେ ରାଜସ୍ୱ ବିଭାଗ ଦାୟିତ୍ୱରେ ଥିବା ରେଞଅଫିସରଙ୍କ ପଦୋନ୍ନତି ପରେ ୧୭ ତାରିଖ ୨୦୧୬ ରୁ ସ୍ୱତନ୍ତ୍ରପ୍ରକଳ୍ପ ବିଭାଗର ଦାୟିତ୍ୱରେ ରହିଥିବା ରେଞଅଫିସର କୁମର ବେହେରାଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ନେବାକୁ ପଡିଥିଲା । ୨୯ ସେପ୍ଟେମ୍ବର ୨୦୧୯ରେ କୁମର ବେହେରାଙ୍କର ବଦଳି ଭଞନଗର କେନ୍ଦ୍ରିୟ ରେଞକୁ ହୋଇଥିଲା । ତାଙ୍କ ବଦଳରେ କେହି ଆସିନଥିବାରୁ କୁମରବେହେରାଙ୍କୁ ନନ୍ଦନକାନନ କର୍ତୁପକ୍ଷ ରଲିଭ କରିନଥିଲେ । ଏବେ କିନ୍ତୁ ସେ ରିଲିଭ ହୋଇଛନ୍ତି । ରବିବାରସୁଦ୍ଧା ସମସ୍ତଦାୟିତ୍ୱ ହସ୍ତାନ୍ତର କରି ନନ୍ଦନକାନନର ମୋହ ଛାଡି ନୁଆ ଜାଗାରେ ଯୋଗଦେବାକୁ ମିଳିଛି ଚରମବାଣୀ । ଫଳସ୍ୱରୁପ  ନନ୍ଦନକାନନରେ ଦୁଇଟି ରେଞଅଫିସରଙ୍କ ପଦବୀ ଖାଲି ହୋଇଛି ।ଏବେ ନନ୍ଦନକାନନରେ ନୁଆକରି ଚାକିରି ଜୀବନ ଆରମ୍ଭ କରିଥିବା ସୁଡିପ୍ତ କୁମାର ପଣ୍ଡାକୁ ଜନ୍ତୁବିଭାଗ ସହ ରାଜସ୍ୱବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ଓ ପୁରୁଣା ରେଞଅଫିସର ରଞନ କୁମାର ମାହନ୍ତିଙ୍କୁ ସ୍ୱତନ୍ତ୍ରପ୍ରକଳ୍ପର ଅତିରିକ୍ତ ଦାୟିତ୍ୱ ମିଳିଛି ।

ଏବେ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନରୁତୁ । ଆଉ କିଛିଦିନ ଗଲେ ପର୍ଯ୍ୟଟକମାନଙ୍କର ଗହଳିରେ ପୁରିଉଠିବ ଜୀବଉଦ୍ୟାନ ନନ୍ଦନକାନନ । ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକ,ସ୍ଥାନୀୟ ଗ୍ରାମବାସୀ ଓ କର୍ମଚାରୀମାନଙ୍କୁ ସମତାଳରେ ନିୟନ୍ତ୍ରଣ କରିବାର ପ୍ରମୁଖ ଭୁମିକା ନିର୍ବାହ କରିବେ ନନ୍ଦନକାନନ କର୍ତୁପକ୍ଷ । ଏହି ଗୁରୁଦାୟିତ୍ୱ କର୍ତୁପକ୍ଷଙ୍କ ପାଇଁ ଚ୍ୟାଲେଞ ହେବାକୁ ଯାଉଛି । କାରଣ କୁମରବେହେରାଙ୍କ ବଦଳି ପରେ ନନ୍ଦନକାନନରେ ଦୁଇଟି ରେଞଅଫିସର ପଦବୀ ଖାଲି ହୋଇଛି । ବାକିଥିବା ୩ଟି ରେଞରଙ୍କ ମଧ୍ୟରେ ଜଣେ ନୁଆ । ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଷ୍ଠୋର ବିଭାଗ ଦାୟିତ୍ୱରେ ଥିବା ରେଞଅଫିସର ରଞନ ମହାନ୍ତିଙ୍କ ଚାକିରିକାଳ ଆଉ ବର୍ଷେ ରହିଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା ରେଞଅଫିସର ମନୋରଞନ ପଟ୍ଟନାୟକ ଙ୍କର ଚାକିରିକାଳ ୨ବର୍ଷ ରହିଛି । ସୁରକ୍ଷା ଦାୟିତ୍ୱରେ ଥବା ରେଞଅଫିସର ମେଳାପି ହୋଇନଥିବାରୁ ଲୋକସର୍ମ୍ପକ ଭଲନାହିଁ ବୋଲି ଶୁଣିବାକୁ ମିଳୁଛି । ଷ୍ଠୋର ବିଭାଗ ରେଞଅଫିସର ରଞନ ମହାନ୍ତିଙ୍କର ତାଙ୍କ ବିଭାଗରେଥିବା କର୍ମଚାରୀମାନଙ୍କ ସହ ଭଲ ସର୍ମ୍ପକ ରହିଛି । କିନ୍ତୁ ସାମୁହିକ ଭାବେ ନିୟନ୍ତ୍ରଣ ଓ ପରିଚାଳନା କରିବା ପାଇଁ ନନ୍ଦନକାନନରେ ରେଞଅଫିସରରୁ ଏସିଏଫ୍ ହୋଇ ପର୍ଯ୍ୟଟକ ପରିଚାଳନା ଦାୟିତ୍ୱରେ ଥିବା ଅମୁଲ୍ୟ କୁମାର ପରିଡା ଏବେ ନନ୍ଦନକାନନ ପାଇଁ ଦରଦୀ ସାଜିବାକୁ ଯାଉଛନ୍ତି । ଚାକିରିକାଳ ୭ବର୍ଷ ଥିବାବେଳେ ଏକମାତ୍ର ଅଧିକାରୀ ଯିଏକି ସିଜିନ୍ ପାରି କରିବାରେ ନନ୍ଦନକାନନ ପାଇଁ ମୁଖ୍ୟ ଆୟୁଧ ସାଜିବେ ବୋଲି ଚର୍ଚ୍ଚା ହେଉଛି । ଭାରତବର୍ଷର ବଡ ଚିଡିଆଖାନାର ମାନ୍ୟତା ପାଇଥିବା ନନ୍ଦନକାନନରେ ସଜିନ୍ ସମୟରେ ରେଞର ପଦବୀ ପୁରଣ ପରିବେର୍ତ ଖାଲି କରାଯାଉଛି । ଏହାଦ୍ୱାରା ନନ୍ଦନକାନନର କେଉଁଭଳି ହିତସାଧନର ଲକ୍ଷ ରଖାଯାଇଛି ତାହା ଆସୁଥିବା ସମୟ କହିବ ।

Leave A Reply

Your email address will not be published.