ବାରଙ୍ଗ,୨୮।୨(ଏସଏସନିଉଜ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦାଢାପାଟଣା ଗ୍ରାମରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ୧୫ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିଥିବା
ଏହି ନାମଯଜ୍ଞର ଶନିବାର ଥିଲା ନଗର କୀର୍ତ୍ତନ। ୨୬ ତାରିଖରେ ସୁଭାଧିବାସ ଓ ଘଟ ସ୍ଥାପନ ନିମନ୍ତେ ବହୁ ସଂଖ୍ୟାରେ ଭକ୍ତମାନେ ନଦୀରୁ କଳସୀରେ ଜଳ ଆଣି ଘଟ ସ୍ଥାପନ କରିଥିଲେ। ୨୭ ତାରିଖରୁ ଅହୋରାତ୍ର ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇ ଶନିବାର ନଗରକୀର୍ତ୍ତନ, ଦାଧିହାଣ୍ଡି ଭଗ୍ନ ଓ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ତିନିଦିନ ଧରି ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତକୁମାରତ୍ରିପାଠୀ,ସରପଞ୍ଚ ଦିଲ୍ଲୀପକୁମାରବେହେରା,ସାମ୍ବାଦିକ ଲିଙ୍ଗରାଜ ରାଉତ,ତ୍ରିଲୋଚନ ଦାସ,ପ୍ରକାଶସାହୁ, ଦେବେନ୍ଦ୍ର ନାଥ ସାହୁଙ୍କ ସମେତ ଅଞ୍ଚଳ ବହୁମୂରବୀ,ସାମ୍ବାଦିକ,ରାଜନେତାମାନେ ଯୋଗଦେଇଥିଲେ।ବିଜୟ କୁମାର ସାହୁ, ପ୍ରଫୁଲ୍ଲକୁମାରସାହୁ,ନିରଞ୍ଜନସାହୁ,ତ୍ରିଲୋଚନ ଦାସ, ଭରତସାହୁ,ସୁଧାକରସାହୁ,କୃପାସିନ୍ଧୁସାହୁ,ବାବାଜୀସାହୁ,ବାବାଜୀଦାସ, ଦିବାକରସାହୁ,ମାଗୁଣି ସାହୁ,ଦୀପକକୁମାରସ୍ବାଇଁ,ରବୀନ୍ଦ୍ରମହାରଣା, ମନୋଜକୁମାରବେହେରା,ଦିଲ୍ଲୀପକୁମାରସାହୁ,ବିଷ୍ଟୁଚରଣ ସାହୁ,ଅରୂପାନନ୍ଦ ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।
Prev Post
Next Post
