ବିଦ୍ୟୁତଖୁଣ୍ଟକ ଧକ୍କାଦେଲା ପିକଅପ ଭ୍ୟାନ୍

ବାରଙ୍ଗ, ୧।୩(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ପଂଚୁପାଳ ମଧୁସୂଦନପୁର ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି।ଷୌଭାଗ୍ୟବଶତଃ ବିଦ୍ୟୁତଖୁଣ୍ଟ ପାଇଁ ଗାଡିଟି କେନାଲ ମଧ୍ୟକୁ ପଶି ନପାରି ଝୁଲି ରହିଛି। ଚାଲକ ଆହତ ହୋଇଥିବା ବେଳେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି।
ପ୍ରକାଶଯେ, ରବିବାର ଅପରାହ୍ନ ୩ଟା ସମୟରେ ପଞ୍ଚୁପାଳ ନିକଟ ମଧୁସୂଦନ ପୁର ପୁରୀ ମୁଖ୍ୟକେନାଲ ବନ୍ଧରେ ଦୃତଗତିରେ ଆସୁଥିବା ଓଡି ୦୫ଜେ ୫୯୮୨ନମ୍ୱର ଏକ ପିକ୍ ଅପଭ୍ୟାନ୍ ଟି ଭାରସମ୍ୟ ହରାଇ ବନ୍ଧ କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା ।ଦୁର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହେଉଥିବା ବେଳେ ଗାଡି ଚାଳକ ଆହତ ହୋଇଛନ୍ତି। ଗାଡ଼ି ଚାଲକ ହେଲେ ତେଲେଙ୍ଗାପେଣ୍ଠ ଅଞ୍ଚଳର ଉମାକାନ୍ତ ଖୁଣ୍ଟିଆ।ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୂରର୍ମାର ହୋଇଯାଇ କେନାଲ ପାର୍ଶ୍ୱକୁ ଗାଡ଼ିଟି ଝୁଲି ରହିଛି। ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଖୁଣ୍ଟ ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛି ଗାଡ଼ି ଓ ଗାଡ଼ି ଚାଳକ। ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.