ଅଷ୍ଟମ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ

ସକାଳର ଖବର,ତାରିଖ ୨୬/୦୨/୨୦୨୧,ଶୁକ୍ରବାର

0 300

୧-ଆଜି ଭାରତ ବନ୍ଦ! ଦେଶରେ ୮ କୋଟି ବ୍ୟବସାୟୀ କରିବେ ଧର୍ମଘଟ,ସକାଳ ୬ ଟାରୁ ରାତି ୮ ଟା ମଧ୍ୟରେ ପରିବହନ ବାଧାପ୍ରାପ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିବ ।
୨-ପାଞ୍ଚଟି ଅନ୍‌ଲାଇନ୍ ସେବାକୁ ଲୋକାର୍ପିତ କଲେ ନବୀନ,୫ଟି’ ଫୋକସ୍‌କୁ ଆସିଲା ମହିଳା ଓ ଶିଶୁ ବିକାଶ ବିଭାଗ । ମୁଖ୍ୟମନ୍ତ୍ରୀ କହିଲେ, ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ । ସେବା ଗୁଡିକ ହେଲା ‘ଇ-କଳିକା, ମୋ-ଛତୁଆ, ଇ-ମାନଦେୟ ପୋର୍ଟାଲ, ମମତା ଆପ୍ ଏବଂ ମୋ ଶିଶୁ ପୋର୍ଟାଲ।
୩-ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ୱେବସାଇଟ୍‌ରେ ଅଭ୍ୟାସ ପ୍ରଶ୍ନପତ୍ର । ପ୍ରାଥମିକ ପର୍ଯ୍ୟାୟରେ ପ୍ରଥମ ଭାଷା ଓଡ଼ିଆ ଓ ଦ୍ବିତୀୟ ଭାଷା ଇ˚ରାଜୀର ପ୍ରଶ୍ନପତ୍ରକୁ ଛଡ଼ାଯାଇଛି। ପର୍ଯ୍ୟାୟ କ୍ରମେ ଅନ୍ୟ ପରୀକ୍ଷା ବିଷୟଗୁଡ଼ିକର ଅଭ୍ୟସ ପ୍ରଶ୍ନପତ୍ରକୁ ଖୁବଶୀଘ୍ର ୱେବସାଇଟ୍‌ରେ ଯୋଗାଇ ଦିଆଯିବ ।
୪-ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
୫-ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ ।
୬-ପୁରୀ ପ୍ରଶାସନକୁ ଘାରିଲା କୋଭିଡ୍ ଚିନ୍ତା । ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଦର୍ଶନ ବନ୍ଦ ନେଇ ମତାମତ ମାଗିଲା ପୁରୀ ପ୍ରଶାସନ । ଖୁବ୍ ଶୀଘ୍ର ଆସିପାରେ ନିଷ୍ପତ୍ତି ।
୭-ଗ୍ୟାସ୍ ଦର ୨୫ ଟଙ୍କା ବୃଦ୍ଧି,ଫେବୃଆରୀରେ ବଢ଼ିଲାଣି ୧୦୦ ଟଙ୍କା, ସମ୍ବଲପୁରରେ ସର୍ବାଧିକ ।
୮-କେନ୍ଦ୍ର ସରକାର ଓ.ଟି.ଟି. – ଓଭର ଦି ଟପ୍‍ ପ୍ଲାଟ୍‍ଫର୍ମ ଓ ସାମାଜିକ ଗଣମାଧ୍ୟମ ପାଇଁ ନୂତନ ମାର୍ଗଦର୍ଶିକା ଜାରି । ଆସନ୍ତା ୩ ମାସ ମଧ୍ୟରେ ନୂତନ ମାର୍ଗଦର୍ଶିକା ଜାରି – ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ ।
୯-ସୋସିଆଲ ମିଡିଆ, OTT ଏବଂ ନ୍ୟୁଜ୍ ୱେବସାଇଟ୍ ପାଇଁ ସରକାର ଜାରି କଲେ ନିର୍ଦ୍ଦେଶାବଳୀ । ସୋସିଆଲ ମିଡିଆ କମ୍ପାନୀଗୁଡିକ ଭାରତରେ ବ୍ୟବସାୟ କରିପାରିବେ, କିନ୍ତୁ ଏହାର ଅପବ୍ୟବହାର କରିପାରିବେ ନାହିଁ।
୧୦-ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ଉନ୍ନତି କରଣ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ।
୧୧-ଏଲଓସିରେ ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ପୁଣି ସମ୍ମତ । ଉଭୟ ରାଷ୍ଟ୍ରର ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ହୋଇଥିବା ହଟଲାଇନ୍ ଆଲୋଚନାରେ ଏହି ସମ୍ମତି ପ୍ରକାଶ ପାଇଛି।
୧୨-ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ବରିଷ୍ଠ ନାଗରିକଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବେ ସରକାର, ଜ୍ବାଇଁ ଏବଂ ବୋହୂଙ୍କୁ ମଧ୍ୟ ଗୁରୁଜନଙ୍କ ଭରଣପୋଷଣ କରିବାବାକୁ ପଡିବ ।
୧୩-ଘରୋଇ ବ୍ୟାଙ୍କକୁ ସରକାରୀ କାରବାର ପାଇଁ ଅନୁମତି, ଚାରି ବ୍ୟାଙ୍କ ଅଫିସର ସଂଘର ବିରୋଧ । ଏଆଇବିଓସି, ଏଆଇବିଓଏ, ଆଇଏନ୍‌ବିଓସି ଓ ଏନ୍‌ଓବିଓ ପକ୍ଷରୁ ମିଳିତ ଭାବେ ଏକ ବିବୃତ୍ତି ଜାରି କରି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।
୧୪-ଦେଶ‌ରେ ସବୁଠୁ ଉତ୍ତପ୍ତ ଭୁବନେଶ୍ବର ୩୯.୪ଂ, ୫ ଦିନରେ ଆଉ ୪ ଡିଗ୍ରି ବଢ଼ିପାରେ ।
୧୫-ଦିଲ୍ଲୀ ସରକାରଙ୍କର ଆଦେଶ: ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଦେବେ ନାହିଁ ପରୀକ୍ଷା, ବିନା ପରୀକ୍ଷାରେ ହେବେ ଉତ୍ତୀର୍ଣ୍ଣ ।
୧୬-ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ବହୁକୋଟି ଟଙ୍କାର ଋଣ ଠକି ଇଂଲଣ୍ଡ ପଳାଇଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦୀ ଖୁବ୍‌ଶୀଘ୍ର ଭାରତକୁ ପ୍ରତ୍ୟର୍ପିତ ହେବାକୁ ଯାଉଛନ୍ତି। ଗତକାଲି ଲଣ୍ଡନର ଜିଲା ଜଜ୍ ସାମୁଏଲ୍ ଗୁଜ୍ ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିର୍ଦେଶ ଦେଇଛନ୍ତି।
୧୭-ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ସହିତ ସନ୍ଦିଗ୍ଧ ଯାନ ମିଳିଲା, ଅଞ୍ଚଳରେ ସୁରକ୍ଷା ବୃଦ୍ଧି, ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳର ଯାଞ୍ଚ କରୁଛନ୍ତି ।
୧୮-ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ ରାଜ୍ୟ ।
୧୯-ଦିବାରାତ୍ର ଲଢ଼େଇ ଦୁଇ ଦିନରେ ଶେଷ, ୧୦ ୱିକେଟ୍ ଭାରତ ଦମଦାର ବିଜୟ ସହ ଭାରତ ୨-୧ରେ ଆଗୁଆ । ICC ଟେଷ୍ଟ୍ ଚାମ୍ପିୟନ୍‌ସିପ୍ ପଏଣ୍ଟ ଟେବୁଲରେ ଶୀର୍ଷରେ ଭାରତ ।
୨୦-ଅଭିନନ୍ଦନ ଅଶ୍ୱିନ୍ – ୪୦୦ ଆନ୍ତର୍ଜାତୀୟ ଟେଷ୍ଟ ୱିକେଟ୍! ବିଶ୍ୱରେ ଦ୍ୱିତୀୟ ଦ୍ରୁତତମ ୪୦୦ ୱିକେଟ୍! ୪୦୦ କ୍ଲବରେ ୪ର୍ଥ ଭାରତୀୟ ଖେଳାଳି ବନିଲେ।
୨୧-ସିଏସ୍‌-୭ ଟେନିସ ପ୍ରତିଯୋଗିତା, ଓଡ଼ିଆ ଝିଅ ସୋହିନୀ ସଞ୍ଜୟ ମହାନ୍ତି ହରିଆଣାର କର୍ନଲରେ ଆୟୋଜିତ ୧୬ ବର୍ଷରୁ କମ୍ ସିଏସ୍‌-୭ ଟେନିସ ପ୍ରତିଯୋଗିତାରେ ଦ୍ବିମୁକୁଟ କରାୟତ କରିଛନ୍ତି।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.