କଟକ,୩୦ା୭(ଏସଏସନିଉଜ) ବଡ଼ ଧରଣର ଧାର୍ମିକ ସମାବେଶ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଏନ୍ଡିଆର୍ଏଫ୍ ସଦାସର୍ବଦା ସଙ୍କଳ୍ପବଦ୍ଧ ଥିବାବେଳେ ଆଗାମୀ ବୋଲ୍-ବମ୍ ଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଗଡ଼ଗଡ଼ିଆ ଘାଟରେ ଏକ ସ୍ୱତନ୍ତ୍ର ବନ୍ୟା ଜଳ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନ ଏନ୍ଡିଆର୍ଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ଏହି ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଏବଂ ଆଧୁନିକ ଜଳ ଉଦ୍ଧାର ଉପକରଣ, ଜୀବନ ରକ୍ଷାକାରୀ ସାମଗ୍ରୀ, ମେଡିକାଲ୍ ଫାଷ୍ଟ ରେସପଣ୍ଡର୍ କିଟ୍ ଓ ଉନ୍ନତ ଯୋଗାଯୋଗ ବ୍ୟବସ୍ଥାରେ ସଜ୍ଜିତ ଅଛନ୍ତି। ଯାତ୍ରା ସମୟରେ ଯେକୌଣସି ଜଳାଶୟ ଜନିତ ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା କରିବା ପାଇଁ ଏହି ଟିମ୍ ପ୍ରସ୍ତୁତ ରହିଛି।୦୩ ବାଟାଲିୟନ ଏନ୍ଡିଆର୍ଏଫ୍ର କମାଣ୍ଡାଣ୍ଟ ଶ୍ରୀ ନାଗେନ୍ଦ୍ର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ୟ୍ୟକ୍ରମ ପରିଚାଳିତ ହେଉଛି। ଜରୁରୀ ସମୟରେ ଯେପରି ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ, ସେଥିପାଇଁ ସେ ନିୟମିତ ଭାବେ ଦଳର ପ୍ରସ୍ତୁତି ସମୀକ୍ଷା କରୁଛନ୍ତି।

Next Post
