ଆସୁନାହାନ୍ତି ମ୍ୟାଡାମ

ଫେରୁଛନ୍ତି ହିତାଧିକାରୀ

ବାରଙ୍ଗ, ୨୫।୨(ଏସଏସନିୟୁଜ) ୧୧ଟା ପୂର୍ବରୁ ଖୋଲିନି କାର୍ଯ୍ୟାଳୟ।ଠିକ୍ ସମୟରେ ଆସୁନାହାନ୍ତି ମ୍ୟାଡାମ।ସରକାରୀ ଚାକିରୀ ନା କିଏବା ତାଙ୍କୁ ପଚାରିବ,କାହାର ବା ସାହସ ଅଛି।ଏହିଭଳି ଘଟଣା ମଙ୍ଗଳବାରଦିନ ବାରଙ୍ଗ ବ୍ଲକରେ ଦେଖିବାକୁ ମିଳିଥିଲା।
ରାସନ୍ କାର୍ଡ ପାଇଥିବା ହିତାଧିକାରୀ ମାନଙ୍କ ମଧ୍ୟରେ ଯୋଗ୍ୟ ହିତାଧିକାରୀ ଏବେ ଚିହ୍ନଟ କରାଯାଉଛି।ଏଥିପାଇଁ ବ୍ଲକ ପକ୍ଷରୁ ପର୍ଯ୍ୟାୟକ୍ରମେ ହିତାଧିକାରୀମାନଙ୍କୁ ସେମାନଙ୍କ ଯୋଗ୍ୟ ପ୍ରମାଣପତ୍ର ଦର୍ଶାଇବାକୁ ଖାଦ୍ୟ ଯୋଗାଣ ଓ ଖାଦ୍ୟ କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟସୁରକ୍ଷା ଆଇନ ୨୦୧୩ର ମାନଦଣ୍ଡ ୬ ଅନୁଯାୟୀ ସେମାନଙ୍କୁ ପତ୍ର ମଧ୍ୟମରେ ଅବଗତ କରାଯାଇଛି। ଏହି ପତ୍ର ପାଇବାର ତିନିଦିନ ଭିତରେ ହିତାଧିକାରୀମାନେବ୍ଲକକୁ ଆସି ଖାଦ୍ୟଯୋଗାଣ କାର୍ଯ୍ୟଳୟରେ ସେମାନଙ୍କ ବିବରଣୀ ପ୍ରଦାନ କରିବା ପାଇଁଁ କୁହାଯାଇଛି।ଏଥିପାଇଁ ଖାଦ୍ୟଯୋଗାଣ କାର୍ଯ୍ୟଳୟ ଆଗରେବିଭିନ୍ନ ପଞ୍ଚାୟତରୁ ଲୋକମାନଙ୍କ ଆସି ଭିଡ ଜମାଉଛନ୍ତି।ମଙ୍ଗଳବାର ମଧ୍ୟ ସକାଳୁ ସକାଳୁ ଲୋକମାନଙ୍କ ଭିଡ ବାରଙ୍ଗବ୍ଲକର ଖାଦ୍ୟଯୋଗାଣ କାର୍ଯ୍ୟଳୟ ଆଗରେ ଆରମ୍ଭ ହୋଇଥିଲା।କିନ୍ତୁ ସାଢେ଼ ୧୧ଟା ବାଜିଥିଲେ ମଧ୍ୟ ଖାଦ୍ୟ ଯୋଗାଣ କାର୍ଯ୍ୟଳୟ ଖୋଲିନଥିଲା।ଗ୍ରସ୍ତ ନିମନ୍ତେ ହୋଇଥିବା ସୂଚନାଫଳକ ରେ ମଧ୍ୟ ଅଧିକାରୀମାନଙ୍କ ବିଷୟରେ କୌଣସି ସୂଚନା ମଧ୍ୟ ନଥିଲା।ଶେଷରେ ଲୋକମାନେ ନିରାଶରେ ବିଡିଓଙ୍କୁ ଭେଟି ଯୋଗାଣ କାର୍ଯ୍ୟଳୟ ଖୋଲିନଥିବାର ଅଭିଯୋଗ କରିଥିଲେ।ଫିଲ୍ଡ କାମରେ ବାହାରକୁ ଯାଇଥିବାର ବିଡିଓ ଲୋକମାନଙ୍କୁ କହିବାରୁ ଆସିଥିବା ହିତାଧିକାରୀମାନେ ଅସନ୍ତୋଷ ହୋଇ ଫେରିଥିଲେ। ଅନ୍ୟପଟେ ୧୧.୧୫ସୁଦ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟଳୟ ଖୋଲିଥିବାର ଦେଖିବାକୁ ମିଳିଥିଲା।

- Advertisement -

Leave A Reply

Your email address will not be published.