ଆତ୍ମହତ୍ୟା ଉଦ୍ୟମ ନା ଆଉ କଣ ?

0 447

ବାରଙ୍ଗ : ୮/୭(ଏସଏସଏନ୍‌) କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ମା ଓ ଝୀଅ ଶୈାଭାଗ୍ୟ ବସତ୍ ଅଳ୍ପକେ ବଞ୍ଚିଯାଇଛନ୍ତି । ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପାରିବାରିକ କଳହରୁ ଏଭଳି କରିଥିବା ଥାନା ପକ୍ଷରୁ ସୁଚନାମିଳିଛି । ତେବେ ଏହି ଘଟଣା ଆତ୍ମହତ୍ୟା ନା ଆଉ କଣ ? ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟ ଯେ , ଆଜି ଅପରାହ୍ନ ୫ଟା ସମୟରେ ବାରଙ୍ଗ ତ୍ରିଶୁଳିଆ ସୁବାଷ ବୋଷ ବ୍ରିଜ୍ ନିକଟକୁ ଭି ଏସ୍ ଏସ୍ ନଗର ନିବାସୀ ସୂଜନ ମହାନ୍ତିଙ୍କ ସ୍ତ୍ରୀ ଅଞ୍ଜଳି ମହାନ୍ତ ଓ ଝିଅ ଋତୁପୂର୍ଣ୍ଣା ମହାନ୍ତି ବୁଲିବା ପାଇଁ ମାଆ ଓ ଝିଅ ଆସିଥିଲେ । କିଛି ସମୟ ବୁଲାବୁଲି କରିବା ପରେ ହଠାତ୍ ଦୁହେଁ ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡିଥିଲେ । ସେଠାରୁ ଉପସ୍ଥିତ ଥିବା କିଛି ଲୋକେ ଏନେଇ ବାରଙ୍ଗ ଥାନା ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଖବର ପାଇଁ ବାରଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ମାଆ ଝିଅଙ୍କୁ ଜୀବିତ ଉଦ୍ଧାର କରିଛନ୍ତି । ବାରଙ୍ଗ ଥାନାରେ ଏନେଇ ଏକ ଅଣ୍ଟର ଟେକିଂ ଲେଖି ଥାନା ଅଧିକାରୀ ଦୁହିଁଙ୍କୁ ଘରକୁ ଛାଡି ଦେଇଥିବା ଜଣାପଡିଛି ।

ତେବେ ସାଧାରଣରେ ପ୍ରଶ୍ନଉଠେ ତ୍ରିଶୁଳିଆ ସୁବାସ ସେତୁ ଏବେ ଲୋକମାନଙ୍କର ସେଲ୍ଫି ଜୋନରେ ପରିଣତ ହୋଇଯାଇଛି ! କାହିିଁକି ନା ସକାଳ ହେଉ ଅବା ସଂନ୍ଧ୍ୟା । ସବୁବେଳେ ବ୍ରିଜରେ ଜମୁଛି ଯୁବପିଢିଙ୍କ ଭିଡ ।ପକେଟ୍‌ରୁ ସ୍ମାଟ୍ ଫୋନ ବାହାର କରି ସେଲ୍ପି ନେଲେ । କିଏ ନିଜ ନିଜ ଆନ୍ଦାଜରେ ତଳେ ବସି ତ କିଏ ବାଇକ ଉପରେ ବସି ସେଲ୍‌ଫି ନେଉଛି । ସେଲ୍ପି ଉଠାଇବା ପାଇଁ ଏଠାକୁ ଧାଇଁଆସୁଛନ୍ତି ସମସ୍ତେ । ତେବେ ଆଜିର ଘଟଣାରେ ମା ଓ ଝୀଅ ଫଟୋ ଉଠାଇବାକୁ ଆସିନଥିଲେ ତ । ସେଲ୍ପି ନେବା ବେଳେ ଝୀଅ ନଦୀକୁ ଖସିପଡିନଥିଲା ତ ? ଝୀଅକୁ ବଞ୍ଚେଇବାକୁ ଯାଇ ମା ପାଣିକୁ ଡେଇଁପଡିନଥିଲେ ତ । ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ବ୍ରିଜ୍ ଉପରେ ପୋଲିସର କଡା ପେଟ୍ରୋଲିଙ୍ଗ୍ ହେବା ଦରକାର ବୋଲି ବୃଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.