ଆଜି ଦିନ ର ଗୁରୁତ୍ୱପୂର୍ଣ୍ଣ ଖବର,ତାରିଖ-୦୮-ଜୁଲାଇ-୨୦୨୦ ବୁଧବାର

0 210

୧➡ରାଜ୍ୟରେ ନୂତନ ନିଯୁକ୍ତି ବନ୍ଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ରଖିଲା ଅର୍ଥ ବିଭାଗ, -ଭୁବନେଶ୍ୱର: ରାଜକୋଷକୁ ଦୁର୍ବଳ କଲାଣି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି ଖର୍ଚ୍ଚକାଟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨ ବର୍ଷ ଯାଏ ନୂତନ ନିଯୁକ୍ତି, ଠିକା ନିଯୁକ୍ତି ବନ୍ଦ ରହିବ ବୋଲି କୁହାଯାଇଥିଲା। ଏନେଇ ପ୍ରତିବାଦ କରାଯିବା ପରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ରଖିଛି। ଚାଲୁ ରହିଥିବା ସମସ୍ତ ସରକାରୀ ନିଯୁକ୍ତି କାର‌୍ୟ୍ୟକ୍ରମ ଜାରି ରହିବ। ଖାଲି ପଡ଼ୁଥିବା ସରକାରୀ ପଦବୀରେ ମଧ୍ୟ ନିଯୁକ୍ତି ଚାଲୁ ରହିବ। କେବଳ ନୂଆ ପଦବୀ ସୃଷ୍ଟି ଉପରେ ସାମୟିକ କଟକଣା ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।ପ୍ରକାଶ ଥାଉ କି, ମଙ୍ଗଳବାର ଅର୍ଥ ବିଭାଗ ସଚିବ ଅଶୋକ ମୀନା ସବୁ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବଙ୍କୁ ଚିଠି ଲେଖିଥିଲେ। ଏଥିରେ ଖର୍ଚ୍ଚକାଟ କରିବାକୁ ଉଲ୍ଲେଖ ରହିଥିଲା। ଯାନବାହନ କିଣା, ବାବୁଙ୍କ ବିଦେଶ ଗସ୍ତ ନିଷେଧ କରାଯାଇଥିଲା। ସେହିଭଳି ନୂତନ ଘର ନିର୍ମାଣ, ନବୀକରଣ, ହୋଟେଲରେ ବୈଠକ ବନ୍ଦ ସହ ୨ ବର୍ଷ ଯାଏ ସରକାରୀ କୋଠା, ଅତିଥି ଭବନ ନିର୍ମାଣ ବନ୍ଦ ରଖିବାକୁ ମଧ୍ୟ କୁହାଯାଇଥିଲା।
୨➡CBSE ପ୍ରକାଶ କଲା ନୂଆ ପାଠ୍ୟକ୍ରମ, 9th ରୁ 12th ଛାତ୍ରଛାତ୍ରୀଙ୍କର କଣ ହେଲା ପରିବର୍ତ୍ତନ କ୍ଲିକ୍ କରି ଜାଣନ୍ତୁ-ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଉଈଝଋ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଥିବା ପାଠ୍ୟକ୍ରମରେ ଚଳିତ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଳ ନିଶଙ୍କ ଏହା କହିଛନ୍ତି। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ, ଶିକ୍ଷକ, ବୋର୍ଡ ସହିତ ବ୍ୟାପକ ବିଚାରବିମର୍ଷ କରି ଏହି ନିଷ୍ପତ୍ତି ନିଆଯାଇଥିବା ପୋଖରିଆଲ କହିଛନ୍ତି ।
9th 9th ଏବଂ 10th class  ଛାତ୍ରଛାତ୍ରୀଙ୍କ ପାଇଁ ପରିବର୍ତ୍ତିତ ସିଲାବସ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ।
http://cbseacademic.nic.in/revisedcurriculum_2021.htmlଧଗ୍ଧକ୍ଟ୍ର://
11th 11th ଏବଂ 12th class ଛାତ୍ରଛାତ୍ରୀଙ୍କ ପାଇଁ ପରିବର୍ତ୍ତିତ ସିଲାବସ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ
http://cbseacademic.nic.in/revisedcurriculum_2021.html

୩➡ଓଡ଼ିଶାରେ ପହଞ୍ଚିଲା ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍, କେଉଁଠିକି କେତେ ଗଲା ପଢ଼ନ୍ତୁ-ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ସେଥିରୁ କଟକ ଝଉଈକୁ ୧୫୦୦, କ୍ୟାନସର ହସ୍ପିଟାଲକୁ ୫୦୦ କିଟ୍ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ୩ ୦୦୦, ଗଜପତି ଜିଲ୍ଲାକୁ ୫୦୦ ଓ ଅନ୍ୟ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ କିଟ୍ ପ୍ରଦାନ କରାଯାଇଛି। ଏହାଛଡ଼ା ୩୨ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୫୦ ଲେଖାଏଁ କିଟ୍ ପ୍ରଦାନ କରାଯାଇଛି। ଏନେଇ ଜଗଜଉ ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
୪➡ଲୋକଙ୍କୁ ସରକାରୀ ଅଫିସ ଆସିବାକୁ ପଡ଼ିବ ନାହିଁ, ସମସ୍ତ ସେବା ଅକ୍ଟୋବର ୨ ସୁଦ୍ଧା ଅନଲାଇନରେ ଉପଲବ୍ଧ ହେବ : ମୁଖ୍ୟମନ୍ତ୍ରୀ-ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ୫ଟି ପଦକ୍ଷେପ ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ସେବା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୋ ସରକାର ଶାସନର ଗୁଣବତ୍ତାରେ ଏକ ଦୃଷ୍ଟାନ୍ତମୂଳକ ଉନ୍ନତି ଆଣିଛି ଏବଂ ଜନସେବା ବିତରଣକୁ ସହଜ କରିଛି ।
୫➡ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ସସପେଣ୍ଡ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ଆଇପିଏସ ବସନ୍ତ ରଥ ନିଲମ୍ବିତ-ଆଇପିଏସ ବସନ୍ତ ରଥ ସସପେଣ୍ଡ । ଜମ୍ମୁ-କାଶ୍ମୀରରେ ଅବସ୍ଥାପିତ ଓଡିଆ ଆଇପିଏସ ଅଫିସର ବସନ୍ତ ରଥ ନିଲମ୍ବିତ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ସସପେଣ୍ଡ ହେଲେ ଓଡିଆ ଆଇପିଏସ ଅଫିସର । ତେବେ ନିଲମ୍ବିତ ଅବଧିରେ ଜମ୍ମୁ-କାଶ୍ମୀରରେ ରହିବେ ବସନ୍ତ । ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ । ଅଶୋଭନୀୟ ଆଚରଣ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଳାୟ ନେଲା ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ।
୬➡ଗରିବ ମହିଳାଙ୍କୁ ସେପ୍ଟେମ୍ବର ଯାଏ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର-ନୂଆଦିଲ୍ଲୀ: ଉଜ୍ବଳା ଯୋଜନାରେ ମାଗଣା ଗ୍ୟାସ୍ ସିଲିଣ୍ଡର ଅବଧି ବୃଦ୍ଧି ପାଇଛି। ଗରିବ ମହିଳାଙ୍କୁ ସେପ୍ଟେମ୍ବର ଯାଏ ମାଗଣା ଗ୍ୟାସ୍ ସିଲିଣ୍ଡର ମିଳିବ। ୭.୪୦ ଲକ୍ଷ ଗରିବଙ୍କୁ ୩ଟି ଲେଖାଏଁ ସିଲିଣ୍ଡର ମାଗଣାରେ ଦେବେ ସରକାର। ଉଜ୍ବଳା ଯୋଜନା ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି।ଏହାସହ ନଭେମ୍ବର ଯାଏ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣକୁ ମଧ୍ୟ ମଞ୍ଜୁରି ମିଳିଛି। ୧୫ ହଜାର ଯାଏ ଦରମା ଥିବା କର୍ମଚାରୀଙ୍କ ଋଚୠ ଦେୟ ସରକାର ଦେବେ। ୩ଟି ସାଧାରଣ ବୀମା କମ୍ପାନିରେ ନିବେଶ ହେବ ୧୨ ହଜାର ୭୦୦ କୋଟି ଟଙ୍କା। କେନ୍ଦ୍ର ସରକାରଙ୍କ ଏହି ନିବେଶ ପ୍ରସ୍ତାବକୁ କ୍ୟାବିନେଟ୍ର ମଞ୍ଜୁରି ମିଳିଛି।
୭➡CORONAVIRUS UPDATE:ରାଜ୍ୟରେ ପୁଣି ୫୨୭ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ରେ ପହଞ୍ଚିଲା-ଭୁବନେଶ୍ୱର➡ରାଜ୍ୟରେ ବୁଧବାର ପୁଣି ୫୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୫୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ ଲୋକାଲ କେସ୍ ରହିଛି।
➡ନୂଆ ୫୨୭ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିରୁ ୨୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧, ବାଲେଶ୍ୱର ୨୬, ବରଗଡ଼ ୧, ଭଦ୍ରକ ୨, ବଲାଙ୍ଗୀର ୨୧, କଟକ ୧୭, ଢେଙ୍କାନାଳ ୧, ଗଜପତି ୩, ଜଗତ୍‌ସିଂହପୁର ୪, ଯାଜପୁର ୨୫, ଝାରସୁଗୁଡ଼ା ୪, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୭, ଖୋର୍ଦ୍ଧା ୫୦, କୋରାପୁଟ ୬, ମାଲକାନଗିରି ୩, ମୟୂରଭଞ୍ଜ ୧୦, ନବରଙ୍ଗପୁର ୩, ନୟାଗଡ଼ ୧୮, ନୂଆପଡ଼ା ୪, ପୁରୀ ୧୬, ରାୟଗଡ଼ା ୧, ସମମ୍ବଲପୁର ୧, ସୋନପୁର ୫, ସୁନ୍ଦରଗଡ଼ ୭୮। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୦,୬୨୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୮୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୬,୭୦୩ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
୮➡ବଢ଼ୁଥିବା ସଂକ୍ରମଣ ଭିତରେ ଭଲ ଖବର । ରାଜ୍ୟରେ ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମରୁ ସର୍ବାଧିକ ୧୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭୁବନେଶ୍ୱର➡ଆଜି ରାଜ୍ୟରେ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୦୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୨୦ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୭୦୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।
➡ଗଞ୍ଜାମ ଜିଲ୍ଲାରୁ ୧୨୦ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୪୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ଜଣ, କଟକ ଜିଲ୍ଲାରୁ ୨୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ନୟାଗଡ଼ ଜିଲ୍ଲାରୁ ୧୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ଜଣ, ପୁରୀ ଜିଲ୍ଲାରୁ ୭ଜଣ, ବରଗଡ଼ ଜିଲ୍ଲାରୁ ୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଢ଼େଙ୍କାନାଳ, ଝାରସୁଗୁଡ଼ା ଓ ମୟୁରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାରୁ ୪ଜଣ ଲେଖାଏଁ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୩ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଜଗତସିଂହପୁର, କରୋପୁଟ ଓ ମାଲକାନଗିରି ଅଞ୍ଚଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
୯➡ରାଜ୍ୟରେ ଆଜି ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ-ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମରେ ୩, କେନ୍ଦ୍ରାପଡ଼ାରେ ଜଣେ, ଖୋର୍ଦ୍ଧା ଓ ରାୟଗଡ଼ାରେ ଜଣେ ଲେଖାଏଁ କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରେ ୨୭ ରେ ପହଞ୍ଚିଲା କରୋନା ମୃତ୍ୟୁ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୧୦➡ଜୁଲାଇ ୩୧ ପର‌୍ୟ୍ୟନ୍ତ ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା-ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର‌୍ୟ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଆବଶ୍ୟକ ସ୍ଥଳେ ଟେଲିଫୋନ୍/ଫ୍ୟାକ୍ସ/ ଇ-ମେଲ୍ (govodisha@nic.in)ଯୋଗେ ରାଜଭବନ ସହ ଯୋଗାଯୋଗ କରିବାକୁ ରାଜଭବନ ପକ୍ଷରୁ କୁହାଯାଇଛି ।
୧୧➡କରୋନା ଆତଙ୍କ , ବାହାର କର୍ମଚାରୀଙ୍କୁ ଭୁବନେଶ୍ୱର ମନା-ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା କବଳରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଆଜି ଏକ କରୋନା ମୁକାବିଲା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ନୂଆ କଟକଣା ଲାଗୁ କରାଯାଇଛି । ଭୁବନେଶ୍ୱରରେ କାର‌୍ୟ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ । କଟକ, ଖୋର୍ଦ୍ଧା ବାହାରେ ରହୁଥିବା କର୍ମଚାରୀ କାର‌୍ୟ୍ୟାଳୟ ଆସିବା ନେଇ ଅନୁମତି ନାହିଁ । ଜୁଲାଇ ୩୧ ଯାଏଁ କାର‌୍ୟ୍ୟାଳୟ ନ ଆସିବାକୁ ସରକାର କଟକଣା ଲାଗୁ କରିଛନ୍ତି । କେବଳ କଟକ, ଖୋର୍ଦ୍ଧା ମୁନିସପାଲଟି ଅଞ୍ଚଳର କର୍ମଚାରି ଆସିପାରିବେ ।
୧୨➡କାଠଯୋଡ଼ିକୁ ଡେଇଁବାର ଘଣ୍ଟାଏ ଭିତରେ ଉଦ୍ଧାର ହେଲେ ଦୁଇ ଯୁବତୀ, କୂଳରେ ଲାଗିଲା ବେଳେ-କଟକ: ଘଣ୍ଟାଏ କସରତ ପରେ ନଦୀରୁ ଉଦ୍ଧାର ହେଲେ ଦୁଇ ଯୁବତୀ। କଟକ ତ୍ରିଶୁଳିଆ ବ୍ରିଜ୍‌ରୁ କାଠଯୋଡ଼ିକୁ ଡେଇଁ ପଡ଼ିଥିବା ଦୁଇ ଯୁବତୀଙ୍କୁ ଆଜି ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତେବେ ଆଜି ଉଦ୍ଧାର ବେଳେ ନଦୀ କୂଳରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ଉଭୟେ ନଦୀକୁ ଡେଇଁବା ନେଇ ସ୍ଥାନୀୟ ଲୋକେ ଉଦ୍‌ବିଘ୍ନ ହୋଇପଡ଼ିଥିଲେ ।
୧୩➡ଗଞ୍ଜାମ ଜିଲାକୁ ବନ୍ଦ ହେଲା ଟ୍ରେନ୍ ସେବା-ଭୁବନେଶ୍ୱର-ଗଞ୍ଜାମରେ କୋଭିଡ-୧୯ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲାରେ ଟ୍ରେନ୍ ସେବାକୁ ବନ୍ଦ କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାର ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଜୁଲାଇ ୯ ତାରିଖଠାରୁ ସମସ୍ତ ଟ୍ରେନ୍ ସେବାକୁ ବାତିଲ କରାଯାଇଛି।
୧୪➡ଗାନ୍ଧୀ ଜୟନ୍ତୀରୁ ଅନଲାଇନରେ ସରକାରୀ ସେବା-ଭୁବନେଶ୍ୱର: ୫ଟିରେ ୮ଟି ବୈଷୟିକ କୌଶଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨ରୁ ସମସ୍ତ ସରକାରୀ ସେବା ଅନଲାଇନରେ ଉପଲବ୍ଧ ହେବ । ସରକାରୀ ସେବା ପାଇଁ ଆଉ ଅଫିସ ଆସିବାକୁ ପଡ଼ିବ ନାହିଁ । ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପାଇଁ ଏହା ଲାଗୁ ହେବ । ଭୁବନେଶ୍ୱର ଜମି ବ୍ୟବହାର ଗୁଇନ୍ଦା ବ୍ୟବସ୍ଥା-ବିଏଲୟୁଆଇସିର ଶୁଭାରମ୍ଭ କରାଯାଇଛି । ସରକାରୀ ଜମିର ଉପଯୋଗ ସମ୍ପର୍କରେ ତଥ୍ୟ ରଖିବେ ସରକାର । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ମହାକାଶ ବିଜ୍ଞାନ କୌଶଳ ବ୍ୟବହାର କରିବ । ସରକାରୀ ଅଫିସରେ ପ୍ରବେଶ ପାଇଁ ହେବ ଇ-ପ୍ରବେଶ ବ୍ୟବସ୍ଥା ହୋଇଛି ।
୧୫➡WHOରୁ ଆନୁଷ୍ଠାନିକ ହଟିଲା ଆମେରିକା, ଜାତିସଂଘ ମହାସଚିବଙ୍କୁ ଦିଆଗଲା ସୂଚନା-ୱାସିଂଟନ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ରୁ ଆମେରିକା ଆନୁଷ୍ଠାନିକ ଓହରି ଯାଇଛି। ଜାତିସଂଘ ମହାସଚିବଙ୍କୁ ଏ ନେଇ ଜଣାଇ ଦିଆଯାଇଥିବା ଜନୈକ ଅଧିକାରୀ ବୁଧବାର କହିଛନ୍ତି। ଆମେରିକା ଔପଚାରିକ ଭାବେ ନିଜକୁ ଡବ୍ଲୁଏଚଓରୁ ହଟାଇ ନେଇଥିବା ସିନେଟର ରବର୍ଟ ମେଣ୍ଡଜ୍ ମଙ୍ଗଳବାର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଥିଲେ। ତେବେ ଏ ନେଇ ଅନେକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଆନୁଷ୍ଠାନିକ ଘୋଷଣା କରିବା ସହ ସଂସ୍ଥାକୁ ପାଣ୍ଠି ବନ୍ଦ କରିଦେଇଥିଲେ।
୧୬➡ହୋମ୍ କ୍ୱାରେଣ୍ଟିନ୍‌ରେ ରହିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ-ରାଞ୍ଚି: ହୋମ୍ କ୍ୱାରେଣ୍ଟିନରେ ରହିଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। କରୋନା ସଂକ୍ରମିତ ହୋଇଥିବା ଜଣେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି ହେମନ୍ତ। ଏନେଇ ବୁଧବାର ଝାରଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ନିଷେଧ କରାଯାଇଛି।
୧୭➡ପୁଣି ଷ୍ଟାଡିୟମକୁ ଫେରିଲା କ୍ରିକେଟ୍, ଖେଳାଗଲା ଇଂଲଣ୍ଡ ଙ୍ଖଗ୍ଦ ୱେଷ୍ଟଇଣ୍ଡିଜ୍ ଟେଷ୍ଟ-ସାଉଥମ୍ପଚନ୍: କରୋନା ମହାମାରୀ ଯୋଗୁ ବନ୍ଦ ହୋଇଯାଇଥିବା କ୍ରିକେଟ୍ ପୁଣି ଷ୍ଟାଡିୟମକୁ ଫେରିଛି। ସାଉଥମ୍ପଟନ୍‌ରେ ବୁଧବାର ଠାରୁ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ଇଂଲିସ୍ କ୍ୟାପ୍ଟେନ୍ ବେନ୍ ଷ୍ଟୋକ୍ସ ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ବର୍ଷା ଯୋଗୁ ଖେଳ କିଛି ସମୟ ଲାଗି ବାଧିତ ହୋଇଥିଲେ ବି ପରେ ଆରମ୍ଭ ହୋଇଥିବା ବେଳେ ବିନା ଦର୍ଶକରେ ମ୍ୟାଚ୍ ଅନୁଷ୍ଠିତ ହୋଇଛି।
୧୮➡ନିରବ ମୋଦୀର ୩୨୯ କୋଟିର ସଂପତ୍ତି ଜବତ କଲା ଇଡି, ଜବତ ସଂପତ୍ତି ମଧ୍ୟରେ ରହିଛି ୫ଟି ଫ୍ଲାଟ, ଜମି ଓ ଫାର୍ମହାଉସ-ନୂଆଦିଲ୍ଲୀ : ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡିର କାର‌୍ୟ୍ୟାନୁଷ୍ଠାନ ଜାରି ରହିଛି । ଆଜି ଇଡି ପକ୍ଷରୁ ନିରବ ମୋଦୀର ୩୨୯.୬୬ କୋଟିର ସଂପତ୍ତିକୁ ଜବତ କରାଯାଇଛି । ପଳାତକ ଆର୍ଥିକ ଅପରାଧୀ ଆଇନ ୨୦୧୮ ଅନୁସାରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରଯାଇଛି ।
୧୯➡କରୋନା ପାଇଁ ଓଜେଇଇ ଅନ୍‌ଲାଇନ୍ ଆବେଦନ ଓ ଫି ଦାଖଲ ଅବଧି ବଢ଼ିଲା-ଭୁବନେଶ୍ୱର: ବି.ଟେକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଥିବା ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି। ରାଜ୍ୟରେ ସାଂପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ପାଇଁ ଆବେଦନ ଓ ଫି ଦାଖଲ ଅବଧିକୁ ବୃଦ୍ଧି କରାଯାଇଛି। ଓଜେଇଇ ପାଇଁ ଆବେଦନକାରୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆସନ୍ତା ଜୁଲାଇ ୨୫ ତାରିଖ ପର‌୍ୟ୍ୟନ୍ତ ଆବେଦନ କରି ପାରିବେ। ଏଥିସହିତ ଫି ଦାଖଲ ସମୟ ସୀମା ଜୁଲାଇ ୩୧ଯାଏଁ ବୃଦ୍ଧି କରାଯାଇଛି। ପରୀକ୍ଷା କାର‌୍ୟ୍ୟସୂଚୀ, ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ନେଇ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.