ଭୁବନେଶ୍ୱର,୬ା୨(ଏସଏସନିଉଜ)ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଯୌନନିର୍ଯାତନା ଅଭିଯୋଗ ଆଣି ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ ।ଆତ୍ମସମର୍ପଣ କରିଥିବା ମାଓବାଦୀ କକଈଘ ମାଓ ଡିଭିଜନର ବୋଲି ଜଣାପଡିଛି ।୨ଜଣ ହେଉଛନ୍ତି ଛତିଶଗଡ଼ ବିଜାପୁରର ମନିଷା ଥାଟି ଓ ଚମ୍ପା କୋରାମ । ଉଭୟ ବିଗତ ୫ ବର୍ଷ ହେବ ସକ୍ରିୟ ଥିଲେ ।୬ମାସ ହେବ ବୌଦ୍ଧ-କନ୍ଧମାଳରେ କକଈଘ ଡିଭିଜନ ସକ୍ରିୟ ଥିଲେ ବୋଲି ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ।
