ଆଉ ଏକ ମୃତଦେହ ଉଦ୍ଧାର

0 211

କଟକ,୧୧/୪(ଏସଏସନିଉଜ) ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଗାଧୋଇବା ବେଳେ ଯୋବ୍ରା ନିକଟ ମହାନଦୀରେ ୩ ଜଣ ବୁଡ଼ି ଯାଇଥିଲୋସେଥିମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ନାବାଳକରଏସସିବିରେ ମୃତ୍ୟୁ ହୋଇଥିଲା । ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଉଦ୍ଧାର ପାଇଁ ଆଜି ସର୍ଚ୍ଚ ଅପରେସନ୍ ଆରମ୍ଭ. କରାଯାଇଥିଲା ।ସେଥିମଧ୍ୟରୁ ଆଉଗୋଟି ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଆହୁରି ଜଣେ ନିଖୋଜଙ୍କ ପତ୍ତା ମିଳିନଥିବାର ଜଣାପଡିଛି ।ଆଜି ଉଦ୍ଧାର ହୋଇଥିବା ମୃତକ ହେଲେ ଛୋଟୁ ଓରଫ ଆୟୋର୍ ଖାନ୍‌(୧୮)। ଗତକାଲି ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍ ୟୁସୁଫ୍‌ଙ୍କ ପୁଅ ସେକ ସାହିଲ୍ (୧୭)ଙ୍କର ଏଥିରେ ମୃତ୍ୟୁ ଘଟିଥିଲା। ଗତକାଲି ୩ ଜଣ ସାଙ୍ଗ ସାହିଲ୍‌, ରାଜ୍ ଓ ଛୋଟୁ ମହାନଦୀରେ ଗାଧୋଇବା ବେଳେ ପାଣି ସୁଅ ଭିତରକୁ ଚାଲିଯାଇଥିଲେ। ଅସାବଧାନତାରୁ ନଦୀର ପ୍ରଖର ସ୍ରୋତରେ ସାହିଲ୍ ଭାସି ଯାଇଥିଲେ। ଏହା ଦେଖିପାରି ରାଜ୍ ଓ ଛୋଟୁ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ, ସେମାନେ ଉଦ୍ଧାର କରିବେ କ’ଣ ନିଜେ ପାଣି ସୁଅରେ ଭାସିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Leave A Reply

Your email address will not be published.