ବାଇକ ସହ ମୋବାଇଲ ଲୁଟେରା ଗିରଫ

0 195

ବାରଙ୍ଗ ୧୧/୪(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ରବିବାର ରାତ୍ରିରେ ଦୁଇ ଜଣମୋବାଇଲ ଲୁଟେରା ଗିରଫ କରିବା ସହିତ ଗୋଟିଏ ବାଇକ ଓ୧୨ଟି ମୋବାଇଲଫୋନ ଜବତ କରିଛି । ଗିରଫ ଲୁଟେରା ହେଲେ ଅନୁଗୁଳ ଜିଲ୍ଲା କଣିହା ଅଂଚଳର ପାପୁନ ସାହୁ (୨୩) ଓରଫ ପପୁ ଏବଂ ତାଳଚେର ଅଂଚଳର ସୌରଭ ସିଂ(୨୧) ।ଗତଶନିବାରଦିନ ରଘୁନାଥପୁର ଜଳିର ତାରିଣି ମନ୍ଦିର ପାଖରେ ରହୁଥିବା ଗଙ୍ଗାଧର ଲେଙ୍କା ନାମକ ବ୍ୟକ୍ତି ଦିହିପହରରେ କଟକ ଯାଉଥିଲେ ।ସେ ଫୁଲପୋଖରୀ ଗାଁପାଖରେ ପହଁଚିଥିବାବେଳେ ପଛପଟରୁ ପାପୁନ ଓ ସୌରଭ ଓଡି୩୫ସି ୧୪୩୨ନଂ ହିରୋହୋଣ୍ଡାରେ ଆସି ଗଙ୍ଗାଧରଙ୍କୁ ରୋକି ତାଙ୍କଠାରୁ ତାଙ୍କ ମୋବାଇଲ ଫୋନ ଛଡାଇ ନେଇ ପଳାଇଯାଇଥିବାର ଗଙ୍ଗାଧର ବାରଙ୍ଗଥାନାରେ ଅଭିଯୋଗ କରିଥିଲେ । ବାରଙ୍ଗଥାନା ଅଧିକାରୀ ଆକାଶଚନ୍ଦ୍ରରଣା ୭୦/୨୨କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିବାସହ ପାପୁନ ଓ ସୌରଭ କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।ସେମାନଙ୍କଠାରୁ ୧୨ଟି ଚେରା ମୋବାଇଲ ସହ ଚୋରୀକାର୍ଯ୍ୟରେ ବ୍ୟବହୃତ ହୋଇଥିବା ବାଇକକୁ ଜବତ କରି ସୋମବାରଦିନ କୋର୍ଟଚାଳଣ କରିଛନ୍ତି ।

Leave A Reply

Your email address will not be published.