ଆଉ ନାହାନ୍ତି ପ୍ରମୋଦ ପଢିହାରି

0 507

ବାରଙ୍ଗ,୧୩/୫(ଏସଏସନିୟୁଜ)ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ପ୍ରମୋଦ ।ବୟସ ଏତେଟା ନୁହେଁ । ଖୁବ କମ୍‌ବୟସରେ ପରଲୋକ ଘଟିଥିବାରୁ ସମସ୍ତଙ୍କ ମୁହଁରେ ଆହା ପଦ ବାହାରୁଛି । ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ବ୍ଲକଅର୍ନ୍ତଗତ ଗଣ୍ଡରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରମୋଦ ତାଙ୍କ ଜୀବନ କାଳ ମଧ୍ୟରେ ବହୁ ସମାଜସେବା କାର୍ଯ୍ୟ କରି ଲୋକମାନଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।ସମାଜସେବା ସହ ପଂଚାୟତ ରାଜନିତୀରେ ଯୋଗଦେଇ ଲୋକମାନଙ୍କର ସମସ୍ୟାର ସମାଧାନ ପାଇଁ ବହୁ ଉଦ୍ୟମମାନ କରିଛନ୍ତି । ସେ ବାରଙ୍ଗପ୍ରେସ୍ କ୍ଲବର ସଦସ୍ୟତା ଗ୍ରହଣ କରି ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘବର୍ଷଧରି କାର୍ଯ୍ୟ କରିଥିଲେ ।ଗଣ୍ଡରପୁର ଗ୍ରାମ୍ୟକମିଟିର ସଭାପତି ମଧ୍ୟ ରହି ଗ୍ରାମ୍ୟସମସ୍ୟାର ସମାଧାନ ଦୀଗରେ ବହୁତ ଅବଦାନ ମଧ୍ୟ ତାଙ୍କର ରହିଥିଲା ।ଏହାସହ ଆଧ୍ୟାମ୍‌ିକ ଅନୁଷ୍ଠାନ ବାବା ସୋମନାଥସେନାର ଉପସଭାପତି ଓ ନାରିଜାଗରଣମଂଚର ଉପଦେଷ୍ଟା ଭଳି ବହୁ ପଦବୀରେ ରହିଥିଲେ ମଧ୍ୟ ସାଧାରଣ ଭାବେ ଜୀବନଯାପନ କରୁଥିଲେ ।ବାବା ସେମାନାଥସେନାର ପ୍ରଚେଷ୍ଟାରେ ହୋଇଥିବା ତୋରଣ ପାଇଁ ତାଙ୍କର ଶ୍ରମଦାନ ଓ ପ୍ରଚେଷ୍ଟା ବହୁ ପରିଣାମର ରହିଥିଲା ।ଗତକିଛିଦିନ ତଳେ ତାଙ୍କର ଜ୍ୱର ହେବାରୁ ତାଙ୍କୁ ଚିକିସ୍‌ା ପାଇଂ କଟକବଡମେଡିକାଲରେ ପରିବାର ଲାକେ ବର୍ତି କରିଥିଲେ ।ଚିକିସ୍‌ାରେ ଥିବାବେଲେ ଗୁରୁବାରଦିନ ତାଙ୍କର ମୃତ୍ୟୁ ଘଟିଛି ।ସେ ଜଣେ ମେଳାପି ଓ ସଙ୍ଗଠନ ପ୍ରିୟ ହୋଇଥିବାରୁ ତାଙ୍କର ମୃତ୍ୟୁ ଖବର ମିଳିବାପରେ ରାଜଧାନୀ ଉପକଣ୍ଠ ୫ପଂଚାୟତରେ ଶୋକର ଛାୟା ଖେଳିଯାଇଛି । (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.