ଆଉ ନାହାନ୍ତି ସିଲୁ

0 820

ବାରଙ୍ଗ,୧୯/୮(ଏସଏସନିୟୁଜ)ଆଉ ନାହାନ୍ତି ସିଲୁ ସାହୁ ।ଦେଖିବାକୁ ମିଳିବନି ତାଙ୍କର ଅଭିନୟ ।କଳାକ୍ଷେତ୍ରରେ ବେଶ ପରିଚିତ ଥିଲେ ।ମଧୁପୁର ଗ୍ରାମରେ ଥିବା ପୁରୁଣା ଆଧ୍ୟାମ୍‌କ ଅନୁଷ୍ଠାନ ଶ୍ରୀଶ୍ରୀ ସୀତାକାନ୍ତ ରାମଲୀଳା ସମିତି ର ଜଣେ ଆଗଧାଡିର ସଦସ୍ୟ ଥିଲେ ।ଗ୍ରାମତରଫରୁ ସବୁବର୍ଷ ହେଉଥିବା ବାର୍ଷିକ ରାମଲୀଳାରେ ବିଭୀର୍ଣ ପ୍ରକାରର ନୁଖୂଣ ଅଭିନୟକରି ସମସ୍ତଙ୍କପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ବେଶ ହସଖୁସି ମିଞାସର ଓ ମେଳାପୀ ଥିଲେ ।କିନ୍ତୁ ବୁଧବାର ସନ୍ଧ୍ୟାରେ ଚାଲିଗଲା ତାଙ୍କ ଜୀବନ ।ସବୁଦିନପାଇଁ ସେ ହଜିଗଲେ ।ବୟସ ମାତ୍ର ୩୦ହେବ । ଯିଏ ଶୁଣିଲା ସିଏ ପକୃତ କାରଣ ଜାଣିବାକୁ ଧାଇଁଲା ମଧୁପୁର ଗ୍ରାମକୁ ।ଗୁରୁବାରଦିନ ବାରଙ୍ଗଥାନା ପୋଲିସ ୭/୨୧କେଶନଂରେ ଏକ ଅପମୃତ୍ୟୁମାମଲାରୁଜୁକରିବାସହ କଟକବଡମେଡିକାଲରୁ ବ୍ୟବଛେଦ ହୋଇ ତାଙ୍କ ମୃତଦେହ ଗ୍ରାମ ଶଶ୍ମାନରେ ଶବଦାହ ହୋଇଥିଲା । ସମସ୍ତଙ୍କ ମୁହଁରୁ ଆହାପଦେ ମିଳିଥିଲା । ଏକ ଶୋକାକୁଳ ପରିବେଶଗ୍ରାମରେ ଦେଖିବାକୁ ମିଳିଥିଲା ।ଗ୍ରାମର ଯୁବକମାନେ ଶଶ୍ମାନରେ ଉପସ୍ଥିତରହି ଶବସକ୍ତାର କରିଥିଲେ ।(ଗୈାତମରାଉତଙ୍କରିପାର୍ଟେ)

Leave A Reply

Your email address will not be published.