ଅଗଷ୍ଟ ରେ ବନ୍ଦ ରହିବ ୧୦ ଦିନ ବ୍ୟାଙ୍କ୍

0 261

ଭୁବନେଶ୍ବର :୨୯/୭(ଏସଏସଏନ୍) ଅଗଷ୍ଟ ମାସରେ ୧୦ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ମାସର ପ୍ରଥମ ଦିବସ ଅଗଷ୍ଟ ପହିଲା (ଶନିବାର)ରେ ଇଦ୍‌-ଉଲ୍‌-ଜୁହା ଲାଗି ବ୍ୟାଙ୍କ ଛୁଟି ରହିଥିବା ବେଳେ ଏହାର ପରଦିନ ଅର୍ଥାତ୍ ୨ ତାରିଖ ରବିବାର ପଡୁଥିବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ।ସେହିପରି ଅଗଷ୍ଟ ୮ ମାସର ଦ୍ବିତୀୟ ଶନିବାର ଏବଂ ୯ ରବିବାର ପାଇଁ ସ୍ବାଭାବିକ ଭାବେ ବ୍ୟାଙ୍କ କାରବାର ବନ୍ଦ ରହିବ।
ତେବେ ଅଗଷ୍ଟ ୧୧ ମଙ୍ଗଳବାର ଜନ୍ମାଷ୍ଟମୀ ପାଇଁ ପୁନର୍ବାର ଛୁଟି ରହିବ ବ୍ୟାଙ୍କ। ସେହିଭଳି ଅଗଷ୍ଟ ୧୫ (ଶନିବାର)ରେ ସ୍ବାଧୀନତା ଦିବସ ଛୁଟି ଏବଂ ଏହାର ପରଦିନ ୧୬ରେ ରବିବାର ପାଇଁ ବନ୍ଦ ରହିବ। ମାସର ୨୨ ତାରିଖରେ ଚତୁର୍ଥ ଶନିବାର ପଡୁଛି ଏବଂ ଠିକ୍‌ ଏହାର ପରଦିନ ୨୩ରେ ରବିବାର ପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହିବ। ଶେଷରେ ଅଗଷ୍ଟ ୩୦ରେ ରବିବାର ଯୋଗୁ ବ୍ୟାଙ୍କ କାରବାର ବନ୍ଦ ରହିବ। ଏସବୁକୁ ଦେଖିଲେ ମୋଟାମୋଟି  ଅଗଷ୍ଟ ମାସରେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ।

Leave A Reply

Your email address will not be published.