ଆଉ ଥରେ କେନ୍ଦ୍ରାପଡ଼ା ଆସିବି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୬(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ାଜିଲ୍ଲା ଗସ୍ତକରି ଜିଲ୍ଲା ପ୍ରଦକ୍ଷଣଗୃହ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନରକାର୍ୟ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟସରକାରଙ୍କ ଦ୍ଵିତୀୟବର୍ଷର ଆରମ୍ଭ କେନ୍ଦ୍ରାପଡ଼ାଜିଲ୍ଲାରେ ବିକାଶମୂଳକକାର୍ୟ୍ୟ ଆରମ୍ଭରୁ ହିଁ ହେବ।
ସମୀକ୍ଷାରୁ ଜଣାଯାଇଛିଯେ, କେନ୍ଦ୍ରାପଡ଼ାଜିଲ୍ଲାରେ ଜଳସମ୍ପଦର ବିକାଶ ହେବାପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ।କେନ୍ଦ୍ରାପଡ଼ାଅଂଚଳରେ ଥିବା ହେନ୍ତାଳଜଙ୍ଗଲକୁ ଆହୁରି ବ୍ୟାପକ କରିବାପାଇଁ ଏବଂ ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ। ଖୁବ୍ ଶୀଘ୍ର ବିଭିନ୍ନ ନୂତନପ୍ରକଳ୍ପଗୁଡ଼ିକ ଏହିଜିଲ୍ଲାରେ ଉଦ୍ଘାରଟନହେବା ପାଇଁ ଯାଉଛି ଏବଂ କେନ୍ଦ୍ରାପଡ଼ାଠାରେ ମେଡିକାଲକଲେଜ ସ୍ଥାପନ ଓ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରପରିକ୍ରମା ପ୍ରକଳ୍ପ ବିଷୟରେ ବିଧାୟକଗଣ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ବୈଠକରୁ ଜଣାଯାଇଛି ।
ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ୟ୍ୟ ଗୁଡିକ ସମ୍ବନ୍ଧରେ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତଥ୍ୟ ନେବା ସହିତ କାର୍ୟ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ ଏବଂ ଯେଉଁ କାର୍ୟ୍ୟ ଗୁଡିକ ମନ୍ଥର ଗତିରେ କାର୍ୟ୍ୟକାରୀ ହେଉଛନ୍ତି ତାହାର କାରଣ ବୁଝି ଏଥିପାଇଁ ଯାଥୋଚିତ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା କେନାଲ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହା ସହିତ ଜନ ଶୁଣାଣୀ, ଭତ୍ତା ବଣ୍ଟନ , ବରିଷ୍ଠ ଅଧିକାରୀ ଓ ମାନ୍ୟବର ମନ୍ତ୍ରୀ ଙ୍କ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନା, ମିଶନ ଶକ୍ତି ଇତ୍ୟାଦି ରେ ଉଲ୍ଲେଖନିୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି କାର୍ୟ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି। ସୁଭଦ୍ରା ଯୋଜନାରେ ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ରହି ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି।ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ବିରୁଦ୍ଧରେ ଶକ୍ତ କାର୍ୟ୍ୟାନୁଷ୍ଠାନ ନେବାପାଇଁ ପୋଲିସପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏଥିସହିତ ଚୋରା ବାଲି ଚାଲାଣ, ଆଇନଶୃଙ୍ଖଳା ଓ ସରକାରୀକର୍ମଚାରୀ ଅଭାବଭଳି ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେ ପୁଣି କହିଥିଲେଯେ, ଆଗାମୀଦିନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଏଥିପାଇଁ ନୂଆପ୍ରକଳ୍ପ ଯଥା ଶିଳ୍ପ ସ୍ଥାପନ, ପର୍ୟ୍ୟଟନ ବିକାଶ ଓ ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦିଆଯାଉ। ଏହାସମ୍ପର୍କରେ ଏକ ବିସ୍ତୃତଯୋଜନା ଆଗାମୀ ଏକମାସ ମଧ୍ୟରେ ପ୍ରସ୍ତୁତ କରନ୍ତୁ। ଯେଉଁ ସ୍ଥାନରେ ପାନୀୟଜଳର ଅସୁବିଧା ହେଉଛି ସେଠାରେ ଅଧିକାରୀମାନେ ଯଥାଶୀଘ୍ର ପଦକ୍ଷେପନେଇ କାର୍ୟ୍ୟ ସମାପ୍ତକରନ୍ତୁ। ସ୍ୱାସ୍ଥ୍ୟସେବାରେ ଯେପରି କୌଣସି ଅସୁବିଧାନହୁଏ ସେଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସମୀକ୍ଷା ବୈଠକପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀମାଆ ମନ୍ଦିରଠାରୁ ଶ୍ରୀବଳଦେବଜୀଉମନ୍ଦିର ପର୍ୟ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ମାଆ ଓ ଭଉଣୀ ମାନଙ୍କର ସିନ୍ଦୁରର ସୁରକ୍ଷା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀବଳଦେବଜୀଉ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ଜିଲ୍ଲା କୃଷିରଥ ଓ ରାଜସ୍ବରଥକୁ ପତାକାଦେଖାଇ ଶୁଭାରମ୍ଭ କରିଥିଲେ।
ଉକ୍ତ ସମୀକ୍ଷାବୈଠକରେ, ଆଳିବିଧାୟକ  ପ୍ରତାପକେଶରୀଦେବ, କେନ୍ଦ୍ରାପଡ଼ାବିଧାୟକ  ଗଣେଶ୍ୱରବେହେରା, ମହାକାଳପଡ଼ାବିଧାୟକ , ଡକ୍ଟର ଦୁର୍ଗାପ୍ରସନ୍ନନାୟକ, ରାଜନଗରବିଧାୟକ ,  ଧ୍ରୁବଚରଣସାହୁ ,ପାଟକୁରାବିଧାୟକ  ଅରବିନ୍ଦମହାପାତ୍ର, ଜିଲ୍ଲାପରିଷଦସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ଜିଲ୍ଲାପାଳ  ସ୍ମୃତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଓ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

 

- Advertisement -

Leave A Reply

Your email address will not be published.