ଅଟୋ ଶିଳ୍ପକୁ କରୋନା ମାଡ଼

0 244

ସଂକ୍ଷେପରେ ଆଜି ସକାଳର ଖବର ତାରିଖ ୧୨/୦୬/୨୦, ଶୁକ୍ରବାର
୧-ରଜ ପର୍ବକୁ ଦୃଷ୍ଟିରେ ରଖି ଆଜି ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ : SRC
୨-ସରପଞ୍ଚଙ୍କୁ ସରକାରଙ୍କ ରଜ ଭେଟି: ବଢ଼ିଲା ମାସିକ ଭତ୍ତା,ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ସବୁ ନିର୍ବାଚିତ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି, ୱାର୍ଡ଼ମେମ୍ବରଙ୍କ ପାଇଁ ଭତ୍ତା ନାହିଁ।
୩-ପାଣିପାଗ: ୪୮ ଘଣ୍ଟା ଭିତରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ,ଆହୁରି ୨ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।
୪-ଭାଙ୍ଗିଲେ କୋବିଦ ଆଇନ: ରାଜଧାନୀର ୧୬ ଦୋକାନରେ ତାଲା ଠୁଙ୍କିଲା BMC। ସାମାଜିକ ଦୂରତ୍ବ ଫାଙ୍କିବା ଅଭିଯୋଗରେ ୨୧୭୩୭ ଜଣଙ୍କ ଠାରୁ ଆଦାୟ ହେଲା ଜୋରିମାନା।
୫-‘ସଙ୍ଗରୋଧ’ ପ୍ରୋତ୍ସାହନ: ଅବଧି ସମ୍ପୂର୍ଣ୍ଣ କରିଥିବା ୧,୧୦,୦୮୦ ପ୍ରବାସୀଙ୍କୁ ୧୯ କୋଟି ୩ ଲକ୍ଷ ଟଙ୍କା ପ୍ରଦାନ।
୬-ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ PNB ଶାଖାରେ ୩୨କୋଟି ଠକେଇ।୪ ଅଧିକାରୀଙ୍କ ଘରେ CBI ଚଢ଼ାଉ।
୭-ସ୍ନାତକ ଏବଂ ସ୍ନାତକୋତ୍ତର ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର, ଉଠିଥିଲା ଛାତ୍ରଛାତ୍ରୀଙ୍କ ବିରୋଧର ସ୍ବର।
୮-ଏନ୍‌ଆଇଆର୍‌ଏଫ୍ ଓଭରାଲ୍ ରାଙ୍କିଂ: ଶ୍ରେଷ୍ଠ ୧୦୦ରେ ନିଟ୍ ରାଉରକେଲା ସହିତ ସୋଆ ଓ କିଟ୍ ବିଶ୍ବବିଦ୍ୟାଳୟ ।
୯-୨୦୨୦-୨୧ ନାମଲେଖା SOP ଜାରି, ଅଭିଭାବକ ଓ ପିଲାଙ୍କ ବିନା ହୋଇପାରିବ ନାମଲେଖା, ଫୋନ୍ କରି ଅଭିଭାବକ ଠାରୁ ନିଶ୍ଚିତ ହେବେ ପ୍ରଧାନ ଶିକ୍ଷକ।
୧୦-ଅଟୋ ଶିଳ୍ପକୁ କରୋନା ମାଡ଼:ଗାଡ଼ି ବିକ୍ରି ୮୮.୮୭% କମିଲା।
୧୧-ସଙ୍ଗଠନ ସଜାଡ଼ିଲେ ସମୀର: ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ,ଇରାଶିଷ ଆଚାର‌୍ୟ୍ୟ ଯୁବ ମୋର୍ଚା ସଭାପତି, ସ୍ମୃତି ପଟ୍ଟନାୟକ ମହିଳା ମୋର୍ଚା ସଭାନେତ୍ରୀ।
୧୨-ଆଲୋଚନା ବେଳେ ଚୀନ୍ ର ଷଡ଼ଯନ୍ତ୍ର, ସୀମାରେ ପୁଣି ଉତ୍ତେଜନା, ମୁକାବିଲା ପାଇଁ ଭାରତର ପ୍ରସ୍ତୁତି।

Leave A Reply

Your email address will not be published.