ଆଜିର ରାଶିଫଳ

ଦାନ୍ତ ଚମକାଇବ ଲେମ୍ବୁ ରସ

ଫେବୃଆରୀମାସ ୧୦ତାରିଖ ୨୦୨୫ ମସିହା(ସୋମବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୭/୧୧ଗତେ ଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୨୨,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୧୦ଗତେ ପଶ୍ଚିମେ,ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୪ ଗତେ ଘ୦୯/୧୨ ମଧ୍ୟେ,ବାରବେଳା – ଦିବା ଘ୦୨/୫୩ ଗତେ ଘ୦୪/୧୯ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭ /୪୩ ମଧ୍ୟେ ଓ ଘ୧୧/୦୯ ଗତେ ଘ୦୧/୩୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୧୯ ଗତେ ଘ୦୫/୩୪ ମଧ୍ୟେ,ଅଦ୍ୟ ବାଇଗଣ ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
ବୃଷ:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ମିଥୁନ:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
କର୍କଟ:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ସିଂହ:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
କନ୍ୟା:-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।
ତୁଳା:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
ଧନୁ:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ମକର:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
କୁମ୍ଭ:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳି ଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
ମୀନ:-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ।ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ।ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେଦୋଷ ଖୋଜିପାରନ୍ତି।

ଦାନ୍ତ ଚମକାଇବ ଲେମ୍ବୁ ରସ, ଜାଣନ୍ତୁ କିପରି କରିବେ ବ୍ୟବହାର…..
ହସହସ ଚେହେରା ସମସ୍ତଙ୍କ ପସନ୍ଦ । ହେଲେ ଏହି ହସମୁହଁରେ ହଳଦିଆଦାନ୍ତ ଦେଖାଗଲେ କେମିତି ଲାଗିବ ଭାବିଲେ । ଯେଉଁମାନେ ଦାନ୍ତକୁ ଠିକ୍ ଭାବେ ସଫାନକରନ୍ତି, ସେମାନଙ୍କ ଦାନ୍ତ ଧୀରେଧୀରେ ମଇଳା ହୋଇଯାଇଥାଏ । ଅଧିକାଂଶ ସମୟରେ ଯେଉଁମାନଙ୍କର ହଳଦିଆଦାନ୍ତ ଥାଏ ସେମାନେ ଖୋଲାଖୋଲି ହସି ପାରନ୍ତିନାହିଁ । ମଇଳା ଏବଂ ହଳଦିଆଦାନ୍ତ କେବଳ ଚେହେରାରସୌନ୍ଦର୍ଯ୍ୟକୁ ନଷ୍ଟ କରେନାହିଁ ବରଂ ଆପଣଙ୍କଦାନ୍ତକୁ ଦୁର୍ବଳ ମଧ୍ୟ କରିଥାଏ ।
କଫି, ଚା ଏବଂ ତମାଖୁରେ ଥିବା ଟ୍ୟାନିନ୍ ଯୋଗୁଁ ଦାନ୍ତର ଇନେମଲ ଉପରେ ଦାଗ ଜମାହୋଇ ଏହା ହଳଦିଆ ହେବାକୁ ଆରମ୍ଭ କରେ । ଆହୁରି ମଧ୍ୟ ବ୍ରସ୍ ଏବଂ ପାଟିର ସ୍ୱଚ୍ଛତାପ୍ରତି ସଠିକ୍ ଯତ୍ନ ନନେବାକାରଣରୁ ଦାନ୍ତ ହଳଦିଆହେବା ଆରମ୍ଭକରେ ।ତେଣୁ ଦାନ୍ତସଫା କରିବାପାଇଁ ଡାକ୍ତରମାନେ ଦିନକୁ ଦୁଇଥର ବ୍ରସ୍ କରିବାପାଇଁ ପରାମର୍ଶ ଦିଅନ୍ତି ।ଦାନ୍ତ ହଳଦିଆହେତୁ ପାଟିରୁ ଗନ୍ଧବାହାରିବା ଆରମ୍ଭକରେ ।ଏପରି ପରିସ୍ଥିତିରୁ ବାହାରିବାପାଇଁ କିଛି ଘରୋଇଟିପ୍ସ ଆପଣଙ୍କପାଇଁ ସହାୟକ ହୋଇପାରେ ।ଯଦି ଦାନ୍ତ ହଳଦିଆପଡୁଥାଏ ତେବେ ଚିନ୍ତାକରିବାର କିଛି କାରଣନାହିଁ ।ମଇଳା ହୋଇଯାଇଥିବା ଦାନ୍ତକୁ ପୁଣି ଥରେ ସଫାକରିବାର ବିଭିନ୍ନଉପାୟ ଅଛି ।ତାହେଲେ ଆସନ୍ତୁ ଦାନ୍ତସଫା କରିବା କିଛିଟିପ୍ସ ବିଷୟରେ ଜାଣିବା ।
ଆପଣ ଲେମ୍ବୁ ରସ ଏବଂ ଅଦା ବ୍ୟବହାର କରିପାରିବେ :-
ଲେମ୍ବୁ ରସ ଏବଂ ଅଦାରେ ମିଳୁଥିବା ସମସ୍ତ ଉପାଦାନ ଦାନ୍ତ ଧଳା କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏକ ଛୋଟପାତ୍ରରେ ଲେମ୍ବୁ ରସ ବାହାର କରନ୍ତୁ ।ଏବେ ସେହିପାତ୍ରରେ ଅଦାରସ ବାହାରକରନ୍ତୁ ଏବଂ ତାପରେ ଏହି ଦୁଇଟିଜିନିଷକୁ ଭଲଭାବରେ ମିଶାନ୍ତୁ । ଏହାପରେ, ଏହି ମିଶ୍ରଣକୁ ଆପଣଙ୍କ ଦାନ୍ତରେଲଗାନ୍ତୁ ଏବଂ କିଛି ସମୟପରେ ଦାନ୍ତ ସଫାକରନ୍ତୁ ।ଆପଣଙ୍କ ଦାନ୍ତରେ ଜମା ହୋଇଥିବା ମଇଳା ଏବଂ ହଳଦିଆସ୍ତରକୁ ଦୂର କରିବା ପାଇଁ, ଆପଣ ଲେମ୍ବୁ ଏବଂ ଅଦାକୁ ଏକାଠି ବ୍ୟବହାର କରିପାରିବେ ।
ଲେମ୍ବୁରସ ଏବଂ ସୋଡ଼ା ପ୍ରଭାବଶାଳୀ ପ୍ରମାଣିତ ହେବ :-
ଯଦି ଆପଣ ଆପଣଙ୍କଦାନ୍ତକୁ ସଫାକରିବାକୁ ଏବଂ ଧଳା ଏବଂ ଚମକଦାର କରିବାକୁ ଚାହାଁନ୍ତି, ତେବେ ଆପଣ ଲେମ୍ବୁରସ ଏବଂ ସୋଡ଼ା ବ୍ୟବହାର କରିବା ଉଚିତ । ଲେମ୍ବୁରସରେ ସୋଡ଼ା ମିଶାଇ ଦାନ୍ତରେଲଗାନ୍ତୁ ।ଏବେ ଆପଣଙ୍କ ହାତ ସାହାଯ୍ୟରେ ଧୀରେ ଦାନ୍ତଘଷି ସଫାକରନ୍ତୁ । ଏହି ଟ୍ରିକ୍ କେବଳ କିଛିଦିନ ପାଇଁ ଫଲୋ କରନ୍ତୁ ଏବଂ ଆପଣ ଆପେଆପେ ସକାରାତ୍ମକଫଳାଫଳ ଦେଖିବା ଆରମ୍ଭ କରିବେ ।
ଲେମ୍ବୁଚୋପା ଏବଂ ରସ ବ୍ୟବହାର କରିପାରିବେ :-
ଆପଣ ଦାନ୍ତ ସଫାକରିବା ପାଇଁ ଲେମ୍ବୁଚୋପା ଏବଂ ରସ ମଧ୍ୟ ବ୍ୟବହାର କରିପାରିବେ ।ପ୍ରଥମେ ଏକ ଛୋଟପାତ୍ରରେ ଲେମ୍ବୁ ରସ ବାହାର କରନ୍ତୁ । ଏବେ ଲେମ୍ବୁଚୋପା ଉପରେ ଲେମ୍ବୁରସ ଢାଳନ୍ତୁ ଏବଂ ତାପରେ ଏହାକୁ ଆପଣଙ୍କ ଦାନ୍ତରେ ଭଲଭାବରେ ଘଷନ୍ତୁ ।ଲେମ୍ବୁଚୋପା ଏବଂ ରସ ଏକାଠି ଆପଣଙ୍କ ଦାନ୍ତରେ ଜମାହୋଇଥିବା ମଇଳା ଦୂରକରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.