ବାରଙ୍ଗ,୯।୨(ଏସଏସନିଉଜ) ପୁଣି ନନ୍ଦନକାନନରେ ପଶିଲା ଦନ୍ତାହାତୀ ।ରବିବାର ସକାଳେ ନନ୍ଦନକାନନରେ ଦୁଇଟି ଦନ୍ତାହାତୀ ପସିଥିବାର ଜଣାପଡିଥିଲା ।ହାତୀଦୁଇଟି ଚନ୍ଦକାଜଙ୍ଗଲରୁ ବାହାରି ନନ୍ଦନକାନନର ସୁରକ୍ଷା ପାଚେରର ପ୍ରାୟ ୧୨ଫୁଟ ଲମ୍ବର ପାଚେରୀ ଭାଙ୍ଗି ଶନିବାର ବିଲମ୍ଭିତ ରାତିରେ ଭିତରକୁ ପଶିଥିଲେ ।ହାତୀସଫାରୀର ହାତୀଶାଳକୁ ସଂଯୋଗ ଥିବା ସୁରକ୍ଷା ଗେଟପାଖ ଓ ମଇଁଷି କଟା ପଛପଟେ ଥିବା ସଫାରୀ ରାସ୍ତାରେ ହାତୀ ଝାଡା ବସିଥିବା କର୍ମଚାରୀମାନେ ରବିବାର ସକାଳେ ଦେଖିବାପରେ ନନ୍ଦନକାନନରେ ହାତୀ ପଶିଥିବାର ଜଣାପଡିଥିଲା ।ତେବେ ଏହି ଦନ୍ତାହାତୀଦ୍ୱୟ ନନ୍ଦନକାନନ ରେକୈାଣସି କ୍ଷୟକ୍ଷତି ନକରିଥିବାବେଳେ ପର୍ୟ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖାପାଖି ଦେଢ଼ ଘଣ୍ଟା କାଳ ନନ୍ଦନକାନନକୁ ବନ୍ଦ ରଖାଯାଇଥିଲା ।
ହାତୀ ପସିଥିବାର ଜଣାପଡିବାପରେ ନନ୍ଦନକାନନ ଅଧିକାରୀମାନେ କର୍ମଚାରୀମାନଙ୍କୁ ସାଙ୍ଗରେ ଧରି ହାତୀକୁ ଖୋଜାଖୋଜିକରିଥିଲେ ।ଶେଷରେ ହମିରା ଟାଙ୍ଗିରେ ଦୁଇଟିଦନ୍ତାହାତୀ ଥିବାର ଦେଖିବାକୁ ମିଳିଥିଲା ।ହମିରା ଟାଙ୍ଗିରୁ ହାତୀଦୁଇଟି ଯେପରି ନନ୍ଦନକାନନକୁ ନଆସନ୍ତି ସେଥିପ୍ରତି ସଜାଗ ରହିବାକୁ ନନ୍ଦନକାନନ କର୍ତୁପକ୍ଷ କର୍ମଚାରୀମାନଙ୍କୁ ସର୍ତକ କରାଇଥିଲେ ।ଏହାସହ ଦୁଇଟିଟିମରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇ ହାତୀଦୁଇଟିର ଗତିବିଧି ଉପରେ ତିକ୍ଷ୍ମଣନଜର ରଖାଯାଇଥିଲା । ପରେ ସକାଳ ୯.୧୦ରେ ନନ୍ଦନକାନନ ଖୋଲାଯାଇଥିଲା ।ସନ୍ଧ୍ୟାହେବାପରେ ଦନ୍ତାହାତୀ ଦୁଇଟିକୁ ଚନ୍ଦକା ଜଙ୍ଗଲକୁ ଫେରାଇ ନେବାକୁ କର୍ମଚାରୀମାନେ ଉଦ୍ୟମ କରିଥିବାର ଜଣାପଡିଛି।(ଜ୍ଞାନଜିତପ୍ରଦାନଙ୍କ ରିପୋର୍ଟ)
Prev Post
Next Post