ଉଦଯାପିତ ହେଲା ଓପସାର ୩୦ତମ ପ୍ରଦେଶ ସମ୍ମିଳନୀ

ଚନ୍ଦ୍ରଶେଖରପୁର,୯।୨(ଏସଏସନିଉଜ)୨ଦିନ ଧରି ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଚାଲିଥିବାଓଡ଼ିଶା ରାଜନୀତି ବିଜ୍ଞାନ(ଓପସା) ସଂଘର ୩୦ତମ ପ୍ରଦେଶ ସମ୍ମିଳନୀ ଓ ରାଷ୍ଟ୍ରୀୟ କର୍ମଶାଳା ରବିବାର ଦିନ ଅପରାହ୍ନ ୪ଟା ରେ ଉଦଯାପିତ ହୋଇଯାଇଛି।ପଟିଆ କଲେଜ ଅଧ୍ୟକ୍ଷ ତଥା ଆବାହକ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିଥିଲେ।ଶନିବାର ଓ ରବିବାର ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଶତାଧିକ ରାଜନୀତି ବିଜ୍ଞାନି ଓ ଗବେଷକ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଦୁଇଦିନ ବ୍ୟାପୀ ଚାଲିଥିବା ଏହି କର୍ମଶାଳାରେ ନିର୍ବାଚନୀ ରାଜନୀତି,ଶାସନ ଓ ଓଡ଼ିଶା ରାଜନୀତି,ବୈଷୟିକ ପରିବେଶ ଓ ଆନ୍ତର୍ଜାତିକ ରାଜନୀତି ଉପରେ ଆଲୋଚନା ହୋଇଥିଲା।ଯେଉଁଥିରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ,ପ୍ରକାଶ ଷଡ଼ଙ୍ଗୀ,ଜୟକୃଷ୍ଣ ବରାଳ,ଯୁଗଳ ମିଶ୍ର,ସୂର୍ଯ୍ୟନାରାୟଣ ମିଶ୍ର,ବ୍ରହ୍ମାନନ୍ଦ ଶତପଥୀ,ବିଷ୍ଣୁ ଚୌଧୁରୀ, ଜୟନ୍ତ ମହାପାତ୍ର,ସ୍ମିତା ନାୟକ,ରବି ଶତପଥି,ଅମିୟ ପରିଜା,ସମ୍ପାଦକ ସଞ୍ଜୀବ ବର୍ମା, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.