କଳାରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର,୯।୨(ଏସଏସନିଉଜ)ଆସନ୍ତା ୧୮ ରୁ ମାର୍ଚ୍ଚ ୨୭ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁପରିଷଦ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ନିୟମାବଳୀ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ର ଅଧ୍ୟୀକ୍ଷକଙ୍କ ନିକଟକୁ ପଠାଯାଇଛି।ପରୀକ୍ଷାରେ ଏଥର ସମସ୍ତ ପରୀକ୍ଷାର୍ଥୀ କେବଳ କଳାରଙ୍ଗ କାଳିରେ ଲେଖିପାରିବେ। ପୂର୍ବରୁ ନୀଳ(ବ୍ଲୁ) ରଙ୍ଗରେ ଲେଖାଯିବା ରୁ ପରୀକ୍ଷା ଖାତା ସ୍କାନ ବେଳେ ବ୍ଲୁ କାଳି ଅସୁବିଧା ହେଉଛି।ଏଥର ଛାତ୍ରଛାତ୍ରୀ କେବଳ କଳାରଙ୍ଗ କାଳିରେ ଲେଖିପାରିବେ।ପରୀକ୍ଷା ୯ଟାରେ ଆରମ୍ଭ ହେବ।
ଛାତ୍ରଛାତ୍ରୀ ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ ପ୍ରଶ୍ନପତ୍ର। ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ। ହବ୍‌ରୁ ପରୀକ୍ଷା ଦିନ ସମସ୍ତ କେନ୍ଦ୍ରକୁ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପଠାଯିବ।

- Advertisement -

Leave A Reply

Your email address will not be published.