ବାରଙ୍ଗ,୧୨/୧(ଏସଏସନିଉଜ) ଏବେ ବି ବଞ୍ଚିଛି ମଣିଷ ପଣିଆ । ଚୋରି ,ରାହାଜାନୀ, ଲୁଟୁ ପାତ୍ , ହେଉଥିବା ବେଳେ ଜଣେ ଅଟୋ ଚାଳକ ଦେଖାଇଛନ୍ତି ନିଜର ମଣିଷ ପଣିଆ । ଜଣେ ମହିଳା ଙ୍କ ଲାପଟପ୍ ସହ କିଛି ଅବଶକିୟ କାଗଜପତ୍ର ପାଇ ମହିଳା ଙ୍କୁ ଫେରାଇ ସମସ୍ତ ଙ୍କ ମୁହଁରୁ ସବାସି ସାଉଁଟି ଛନ୍ତି । ଶୈଳଶ୍ରୀବିହାରରେ ରହୁଥିବା ମନିଶା ସୁବୁଦ୍ଧିରାୟ ନାମକ ମହିଳା ଗୁରୁବାରଦିନ ନନ୍ଦନକାନନକୁ ଏକ ଅଟୋରେ ନନ୍ଦନକାନନକୁ ବୁଲିବାକୁ ଆସିଥିଲେ ।ଅଟୋରୁ ଓହ୍ଲାଇ ନନ୍ଦକାନନ ବୁଲିବାକୁ ଯାଇଥିବାବେଳେ ସାଙ୍ଗରେ ଆଣିଥିବା ବ୍ୟାଗଦୁଇଟିକୁ ନପାଇବାରୁ ବହୁଖୋଜାଖୋଜି କରିନିରାଶ ହୋଇଥିଲେ ।ପରେ ନନ୍ଦନକାନନଥାନାରେ ଆସି ବ୍ୟାଗ ହଜିଯାଇଥିବାର ଅଭିଯୋଗ କରିଥିଲେ ।ଏହିସମୟରେ ଆସିଥିବା ଅଟୋରେଥିବା ଦୁଇଟିବ୍ୟାଗକୁ ଦେଖି ଅଟୋଚାଳକ ବ୍ୟାଗଖୋଲି ମହିଳାଙ୍କ ମୋବାଇଲନମ୍ବରରେ ଯୋଗାଯୋଗ କରିଥିଲେ ।ପରେ ଜ୍ୟୋତିରଞନପରିଡାନାମକ ଅଟୋଚାଳକ ନନ୍ଦନକାନନଥାନାକୁ ଆସି ପୋଲିସଙ୍କ ଉପସ୍ଥିତିରେ ମହିଳାଙ୍କ ଦୁଇଟିବ୍ୟାଗକୁ ହସ୍ତାନ୍ତର କରିଥିଲେ, ଯେଉଁଥିରେକି ଲାପଟପ ସହ ଜରୁରୀକାଗଜପତ୍ର ରହିଥିଲା ।ହଜିଯାଇଥିବା ବ୍ୟାଗଦୁଇଟିକୁ ଫେରାଇବାପରେ ଅଟୋଚାଳକର ସତକାର୍ୟ୍ୟପାଇଁ ପୋଲିସ ଧନ୍ୟବାଦ ଦେଇଥିଲେ ।
