ବାରଙ୍ଗ,୧୨ା୧(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଦିନିକିଆ ପକ୍ଷୀଗଣନା ସରିଛି । ପ୍ରତିବର୍ଷପରି ଏଥର ଜାନୁୟାରୀ ୧୨ତାରିଖରେ ନନ୍ଦନକାନନ ଓ ତାର ଆଖପାଖ ଅଂଚଳ ଆଦ୍ରଭୁମି ଅଂଚଳକୁ ଆସୁଥିବା ଜଳଚରପକ୍ଷୀମାନଙ୍କ ଗଣନା ହୋଇଛି ।ଏହି ଦିନିକିଆ ପକ୍ଷୀଗଣନାରେ ୪୩ପକ୍ଷୀ ବିଶେଷଜ୍ଞ ମାନଙ୍କ ସହ ନନ୍ଦନକାନନଅଧିକାରୀମାନେ ସାମିଲ ହୋଇଥିଲୋ୭ଟିଦଳରେ ବିଭକ୍ତହୋଇ ଏହି ଦଳ କାଞିଆ ଓ କିଆଖଣିହ୍ରଦ, ବଡବାଙ୍କ ଓ କଟୁରୀଘସା ପାଟ,ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ଗ୍ରସ୍ଥ କରି ସେଠାରେ ଥିବା ଜଳାଶୟକୁ ଆସୁଥିବା ଜଳଚରପକ୍ଷୀମାନଙ୍କୁ ଗଣନା କରିଥିଲେ ।ଗତବର୍ଷ ୩୦ପ୍ରଜାତିର ୧୬୮୫ଜଳଚରପକ୍ଷୀ ଆସିଥିବାବେଳେ ଏଥର ଗଣନା ଅନୁଯାୟୀ ୫୨ପ୍ରଜାତିର ୨୬୫୫ଜଳଚରପକ୍ଷୀ ଆସିଛନ୍ତି ।ଗତବର୍ଷଠାରୁ ଏଥର ୨୨ପ୍ରଜାତିର ୯୭୦ଟି ପକ୍ଷୀ ଅଧିକ ଆସିଥିବାର ଜଣାପଡିଛି ।

