ଅବସର ନେଲେ ପ୍ରମୋଦସାର

0 262

ବାଲିଅନ୍ତା,୧।୬(ଏସଏସ ନିଉଜ)ବେଣୁପୁର ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ଖୁଣ୍ଟିଆ ତାଙ୍କର ୪୨ବର୍ଷୀୟ ତ୍ୟାଗପୁତ କର୍ମମୟ ଜୀବନର ଅବସାନ ବୁଧବାର ଘଟିଛି।ତାଙ୍କ ସଂମାନରେ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଗଣେଶ କରଣ ଅଧକ୍ଷତା କରିଥିଲେ।ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ,ମୋ ସ୍କୁଲ ଅଧକ୍ଷ ମହେଶ ଚନ୍ଦ୍ର ରାୟ,ସମ୍ପାଦକ ନୃସିଂହ ଚରଣ ଜେନା,ବରିଷ୍ଠ ସଦସ୍ୟ ସଚ୍ଚିଦାନନ୍ଦ ଜେନା,ଏସଏମସି ଅଧକ୍ଷ ମାନସ ରଞ୍ଜନ ମହାପାତ୍ରଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ବିଦାୟୀ ଶିକ୍ଷକଙ୍କୁ ସଂମାନ ଜଣାଇଥିଲେ।ବରିଷ୍ଠ ଶିକ୍ଷକ ଜମ୍ବେଶ୍ୱର ରଥ ସଭା ପରିଚାଳନା କରିଥିଲେ।

Leave A Reply

Your email address will not be published.