ଆଜିର ରାଶିଫଳ

0 188

୨-୬-୨୦୨୩(ଶୁକ୍ରବାର)ରାତ୍ରି ଘ୧୨।୫୯ ଗତେ ବିଛା ମକର କୁମ୍ଭ ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ଧନୁ ମୀନ ରାଶିର ଘାତବାର । ରାତ୍ରି ଘ୯।୨ ଗତେ ଘ୧୦।୨୪ ମଧ୍ୟେ କାଳରାତ୍ରି । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ଚତୁର୍ଦ୍ଦଶୀର ପାର୍ବଣଶ୍ରାଦ୍ଧ । ବାଇଗଣ ଦିବା ଘ୧୨।୪୧ ଗତେ ବିରି ଭକ୍ଷଣ ନିଷେଧ । ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ।ଅମୃତ -ଦିବା ଘ୧୧।୩୪ ଗତେ ଘ୧।୫୮ ମଧ୍ୟେ ରାତ୍ରି ଘ୮।୪୨ ମଧ୍ୟେ ଘ୧।୩୦ ଗତେ ଘ୩।୫୪ ମଧ୍ୟେ ଘ୪।୪୨ ଗତେ ଘ୫।୧୦ ମଧ୍ୟେ । ମାହେନ୍ଦ୍ର – ଦିବା ଘ୫।୫୮ ଗତେ ଘ୬।୪୬ ମଧ୍ୟେ ଘ୯।୧୦ ଗତେ ଘ୯।୫୮ ମଧ୍ୟେ ।
ମେଷ:- କୌଣସି ପୁରୁଣା ବନ୍ଧୁଙ୍କ ସହିତ ବାର୍ତ୍ତାଳାପ କରିବେ। ନୂଆ ଉତ୍ସରୁ ଲାଭ ପାଇବେ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ବୃଷ:- ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଧନଲାଭର ସୁଯୋଗ ଆସିବ। ପରିବାରର ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ।
ମିଥୁନ:- ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ସୁଖଦ ବାତାବରଣ ରହିବ। ଛାତ୍ରଙ୍କୁ ପରିଶ୍ରମର ଭଲ ଫଳ ମିଳିବ।
କର୍କଟ:- ମନର କଥା ମନରେ ରଖନ୍ତୁ। ଅଫିସରେ ପରିବେଶ ଟିକେ ଭିନ୍ନ ରହିବ। ଆଜି କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ସିଂହ:- ଜରୁରୀ କାମରେ ଘର ଲୋକଙ୍କ ସହଯୋଗ ପାଇବେ। କୌଣସି ସହପାଠୀ ଆପଣଙ୍କୁ ମନର କଥା କହିବେ। କଠିନ ବିଷୟ ସମ୍ପର୍କରେ ଶିକ୍ଷକଙ୍କ ସହିତ ଆଲୋଚନା କରିବେ।
କନ୍ୟା:- ଅଫିସରେ ଆପଣଙ୍କର ପ୍ରଶଂସା ହେବ। ପରିବାରରେ ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ଜୀବନସାଥୀଙ୍କ ସହିତ ଧର୍ମ କାର୍ଯ୍ୟରେ ମନ ଲଗାଇବେ।
ତୁଳା:- ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିରହିବ। ଆପଣଙ୍କ ତାଲିକାରେ କିଛି ନୂଆ ସଂପର୍କ ଯୋଡ଼ିବେ। ଆର୍ଥିକ ଲାଭ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ବିଛା:- ଅଫିସରେ ଦୀର୍ଘ ଦିନର ବାକିଆ କାମ ସଂପୂର୍ଣ୍ଣ ହେବ। ମହିଳାମାନଙ୍କୁ କୌଣସି ବିଶେଷ ଖବର ମିଳିବ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ।
ଧନୁ:-କ୍ୟାରିୟର ଲାଗି ଭଲ ଦିନଟିଏ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ଓକିଲମାନେ ପୁରୁଣା ମକଦ୍ଦମା ରେ ଜୟଲାଭ କରିବେ।
ମକର:- ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବାକୁ ଚେଷ୍ଟା କରିବେ।
କୁମ୍ଭ:-ଚାକିରି ଓ ବ୍ୟବସାୟରେ ସଫଳତା ପାଇବେ। ଧାର୍ମିକ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ।
ମୀନ:- ସାହାଯ୍ୟ ଲୋଡୁଥିବା ଲୋକର କାମରେ ଆସିବେ। ଅଧିକାରୀମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହ ଦେବ। ସନ୍ତାନର କୌଣସି ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।!!ଜୟ ଜଗନ୍ନାଥ, ଜୟ ସୋମନାଥ ,ଜୟ ମା ଯୋଗମାୟା!!

Leave A Reply

Your email address will not be published.