ଖସିଗଲା ଗଞ୍ଜେଇ ବେପାରୀ

0 129

ସମ୍ବଲପୁର,୧।୬(ଏସଏସନିଉଜ)ଚାରମାଳଥାନା ତରଫରୁ ଭୋରରୁ ଏମ୍ ଭି ଆଇ ଚେକିଙ୍ଗ ଚାଲୁଥିବା ସମୟରେ ଏକ ସ୍କୁଟିରୁ ୧୫ କେଜି ଗଞ୍ଜେଇ ସହ ସ୍କୁଟିକୁ ଚାରମାଳ ପୋଲିସ୍ ଜବତ କରିଛି।ଚାରମାଳ ପୋଲିସ୍ ଚେକିଙ୍ଗ କରୁଥିବା ସମୟରେ ରେଢ଼ାଖୋଲ ପଟୁ ଏକ ସ୍କୁଟିରେ ଜନୈକ ବ୍ୟକ୍ତି ଏକ ବସ୍ତାରେ ଗଞେଇ ଧରି ଯାଉଥିବା ବେଳେ ପୋଲିସ୍ ହାବୁଡ଼ରେ ପଡ଼ିଯାଇଥିଲା।ପୋଲିସକୁ ଦେଖି ସ୍କୁଟି ଛାଡ଼ି ଅଭିଯୁକ୍ତ ଫେରାର୍ ହୋଇ ଯାଇଥିଲା। ଚାରମାଳ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.