ନ୍ୟାୟ ନମିଳିଲେ ରାସ୍ତାକୁ ଆସିବେ ଗ୍ରାମବାସୀ

0 134

ବାରଙ୍ଗ,୧ା୬(ଏସଏସନିଉଜ) ମୁଣ୍ଡଳିବ୍ୟାରେଜର ଶେଷରେ ଥିବା ଟୁଲଗେଟଗତ କିଛିଦିନ ତଳେ ଛତିଶଗଡ ଯାତ୍ରୀଙ୍କୁ ଟଙ୍କାଆଦାୟ କରିବାକୁନେଇ ଦେଖାଦେଇଥିଲା ବିବାଦ ।ଟୁଲଗେଟ କର୍ମଚାରୀମାନେ ଟଙ୍କଆଦାୟକରିବାକୁନେଇ ପର୍ଯ୍ୟଟକମାନଙ୍କୁ ମାରଧରକରିବାକୁ ପଛାଇନଥିଲେ ।ଶେଷରେ ପ୍ରଶାସନ ପକ୍ଷରୁ ଏହି ଟୁଲଗେଟକୁ ସାମୟିକଭାବେ ବନ୍ଦ କରାଯାଇଥିଲା ।ତେବେ ଏହି ଘଟଣାକୁ ମୁଣ୍ଡଳୀ ପଂଚାୟତବାସୀ ସହଜରେ ଗ୍ରହଣ କରିପାରୁନାହନ୍ତି ।ସେମାନଙ୍କ ଅଭିଯୋଗ ହେଲେକି ଏହି ଟୁଲଗେଟ ସହ ମୁଣ୍ଡଳୀ ପଂଚାୟତର କୈାଣସି ସର୍ମ୍ପକ ନାହିଁ ।ବାରଙ୍ଗବ୍ଲକ ,କମିିସିନେରେଟପୋଲିସ ଓ ମୁଣ୍ଡଳୀ ପଂଚାୟତ ସୀମାରେ ଏହି ଗେଟ ନାହିଁ ।କିନ୍ତୁ ମୁଣ୍ଡଳି ଟୁଲଗେଟଭାବେଏହାର ନାମକରଣ କରାଯାଇଥିବାବେଳେ ଲଜୂାଜନକ ଘଟଣା ସେଠାରେ ଘଟିବା ଫଳରେ ମୁଣ୍ଡଳିପଂଚାୟତବାସୀ ଏବେ ନିନ୍ଦିତ ହେବାକୁ ପଡୁଛି ।ପର୍ଯ୍ୟଟକମାନଙ୍କୁ ମାରଧର ପରେ ମୁଣ୍ଡଳିଟୁଲଗେଟନାମରେ ସବୁଆଡେ ପ୍ରଚାରପ୍ରସାର ହେବାରୁ ମୁଣ୍ଡଳିପଂଚାୟତର ସ୍ୱାଭିମାନରେ ଆଂଚ ଆସିଛି ବୋଲି ମୁଣ୍ଡଳିପଂଚାୟତବାସୀ ଅଭିଯୋଗ କରିଛନ୍ତି ।ଗୁରୁବାରଦିନ ଗ୍ରାମବାସୀମାନେ କଟକ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକିପତ୍ର ପ୍ରଦାନ କରିଛନ୍ତି ।ପ୍ରଶାସନ ପକ୍ଷରୁ ସାମୟିକଭାବେ ବନ୍ଦ କରାଯାଇ ଥିବା ଏହି ଟୁଲଗେଟକୁ ସ୍ତାୟୀଭାବେ ବନ୍ଦ କରିବା, ମୁଣ୍ଡଳି ସହ ଏହି ଗେଟର କୈାଣସି ସର୍ମ୍ପକ ନଥିବାର ପ୍ରଶାସନ ପକ୍ଷରୁ ସ୍ପଷ୍ଟିକରଣ ଦିଆଯିବାକୁ ଅନୁରୋଧ କରାଯାଇଛି ।୭ଦିନମଧ୍ୟରେ ପ୍ରଶାସନ କୈାଣସି ଦୃଷ୍ଟିନଦେଲେ ବାଧ୍ୟହୋଇ ମହାନଦୀ ମୁଣ୍ଡଳୀ ବ୍ୟାରେଜ ସମ୍ମୁଖରେ ମୁଖ୍ୟ ରାସ୍ତାରେ ଗଣଧାରଣା କରାଯିବା ବୋଲି ଚେତାବନି ଦେଇଛନ୍ତି।

Leave A Reply

Your email address will not be published.