ଆକ୍ସନ ମୁଡରେ ଏମଭିଆଇ…

କଟକ,୧୫।୧(ଏସଏସନିଉଜ) କଥାରେ ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ନା ଦିନେ ଆଲୋକ ଆସେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ । ଦେଶ ,ବିଦେଶ ଓ ରାଜ୍ୟରେ ଖ୍ୟାତିଅର୍ଜନ କରିଥିବା ନନ୍ଦନକାନନ ଏହି ଅଞ୍ଚଳରେ ଅବସ୍ଥିତ ।ପ୍ରତିଦିନ ଶହଶହ ଗାଡ଼ି ଏହି ରାଜରାସ୍ତାରେ ଆସନ୍ତି ।ହେଲେ କେତେକ ଗାଡ଼ି ମାଲିକ ବିନା ପରମିଟ ରେ ଗାଡ଼ି ଚଳାଉଥିବା ବେଳେ ଆଉ କେତେକ ଗାଡ଼ିମାଲିକ ଗାଡ଼ିରେ ଫେକ୍ ଗାଡ଼ି ନମ୍ବର ପକାଇ ଗାଡ଼ି ଚଳାଉଛନ୍ତି ।ଏଭଳି ଅଭିଯୋଗ ପରିବହନବିଭାଗ ପାଇବାପରେ ଏବେ ଆକ୍ସନମୁଡରେ ପରିବହନ ବିଭାଗର ଏମ ଭିଆଇ ।
ଗୁରୁବାର ରାତିରେ କଟକ ପରିବହନବିଭାଗ ତରଫରୁ ଏମଭିଆଇ ରଞ୍ଜନ କୁମାର ଡୋରାଙ୍କ ନେତୃତ୍ବରେ ଏକ ଟିମ୍ ଆସୁଥିବା ଗାଡ଼ିଗୁଡ଼ିକୁ ରୋକି କାଗଜପତ୍ର ଯାଞ୍ଚ କରୁଥିଲେ।ଏହି ସମୟରେ ବାରଙ୍ଗ ପୁରୀକେନାଲବନ୍ଧରେ ଆସୁଥିବା ୪ଟି ବସକୁ ରୋକିଥିଲେ।
ଆଳୁ ଖୋଳୁଖୋଳୁ ମହାଦେବ ବାହାରିବାପରି ଗୋଟିଏ ମାଲିକର ଗାଡ଼ିର କାଗଜପତ୍ର ଠିକଠାକ ନଥିଲା ।ଗାଡ଼ି ଓଆର ୦୫ ଏସି୫୨୩୭ନମ୍ବରଟି ସଠିକ୍ ଥିବାବେଳେ ଉକ୍ତ ଗାଡ଼ିର ମାଲିକ ଅମୂଲ୍ୟବେହେରା ସେହି ଗାଡ଼ିରେ ଓଡ଼ି ୧୧ୟୁ ୧୯୧୭ଏକ ଫେକ ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଲାଉଥିଲେ ।ଯାହା ଯାଞ୍ଚ୍ ସମୟରେ ଜଣାପଡ଼ିଥିଲା। ଉକ୍ତ ଗାଡିକୁ ଜବତକରିବା ସହିତ ୫ଲକ୍ଷ୧୦ ହଜାର ଟଙ୍କା ଜୋରିମାନାପଡ଼ିଛି । ସେହିପରି ଓଆର ୦୨ବିଜେ ୦୧୪୨ ନମ୍ବର ଗାଡିକୁ ୨ ଲକ୍ଷ ୩୪ ହଜାର ୫୮୦ ଟଙ୍କା ଫାଇନ୍ ପଡ଼ିବା ସହିତ ଗାଡିକୁ ସିଜ୍ କରାଯାଇଛି । ଏହି ଦୁଇଟି ଗାଡିକୁ ସିଜ୍ କରାଯାଇଥିବାବେଳେ ଓଡି ୦୫ ସିବି ୬୬୦୬ ନମ୍ବର ଗାଡିକୁ ୧୦ ହଜାର ୫ ସହ ଟଙ୍କା ଫାଇନ୍ ପଡ଼ିଥିବା ବେଳେ ଓଡି ୦୫ଜି ୬୯୭୪ଗାଡିକୁ ୪ ଲକ୍ଷ ୮୦ ହଜାର ୭୭ ଟଙ୍କା ଫାଇନ୍ ପଡ଼ିଛି ଏବଂ ଏହି ଦୁଇଟିଗାଡିକୁ ଛଡାଯାଇଛି । ତେବେ ଏହି ୪ଟି ଗାଡ଼ି ସ୍କୁଲ ପିଲାଙ୍କୁ ନେଇ ବାଙ୍କିରୁ ଧଉଳି ,ନନ୍ଦନକାନନ ବୁଲାବୁଲି କରାଇବାପରେ ବାଙ୍କୀ ଫେରୁଥିଲେ । ଗୋଟିଏଗାଡ଼ିରେ ସ୍କୁଲ ପିଲାମାନେ ରହିଥିବା ଦେଖି ଏମଭିଆଇ ରଞ୍ଜନ ଡୋରା ପିଲାମାନଙ୍କୁ ଅନ୍ୟ ଦୁଇଟି ଗାଡ଼ି ଯୋଗାଡକରି ବାଙ୍କୀ ପଠାଇବା ସହ ଗାଡିକୁ ଜବତ କରିଥିଲେ।(ଜ୍ଞାନଜିତ୍ ପ୍ରଧାନଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.