ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର, ୧୮/୧୧(ଏସଏସନିୟୁଜ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଏକାକାଳିନ ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ୪ଟି ଟିମ୍ ଚଢ଼ାଉ ଜାରିରଖିଛି ।ସେହିଭଳିଭାବେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୋନପୁର ଉପଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଛି।ତାଙ୍କ ଘର ସମେତ ବଲାଙ୍ଗୀର, ସୋନପୁର ଏବଂ ସମ୍ୱଲପୁରର ଭିଜିଲାନସ ବିଭାଗର ଟିମ୍ ଦୁଇଟି ସ୍ଥାନରେ ଚଢଉ ଜାରି ରଖିଛନ୍ତି।

- Advertisement -

Leave A Reply

Your email address will not be published.