ବାବା ଧବଳେଶ୍ବରଙ୍କ ପୀଠ

ସାଢ଼େ ୧ଟାରେ ଉଠିବ ମହାଦ୍ୱୀପ

0 60

ଖୁଣ୍ଟୁଣୀ, ୨୩।୨(ଏସଏସନିଉଜ)ଆସନ୍ତା ୮ତାରିଖ ମହାଶିବରାତ୍ରି(ଜାଗର)ରେ ବାବାଧବଳେଶ୍ୱରଙ୍କ ପୀଠରେ ରାତି ସାଢ଼େ୧ଟାରେ ଉଠିବ ମହାଦ୍ୱୀପ।
ବାବାଙ୍କ ପ୍ରସିଦ୍ଧଜାଗରଯାତ୍ରାରେ ପ୍ରବଳ ଜନସମାରମ ହେବାର ଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ମନ୍ଦିରର ନୀତିକାନ୍ତି ସୁଚାରୁରୁପେ କରିବା ପାଇଁ ଆଠଗଡ଼ ଦେବୋତ୍ତରପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଧବଳେଶ୍ବରଙ୍କପୀଠରେ ଥିବା ସଭାଗୃହରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି ।ପୂଜକ ସମାଜ ସମ୍ପାଦକ ନରେନ୍ଦ୍ରକୁମାରପଣ୍ଡା ସଭାପତିତ୍ୱ କରିଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପରିଚାଳନା କରିଥିଲେ।ବୈଠକ ରେ ହୋଇଥିବା ନିଷ୍ପତିମୁତାବକ ଧବଳେଶ୍ୱରଙ୍କ ପୀଠରେ ରାତି ଗୋଟାଏରୁ ଠାକୁରଙ୍କ ଚଳନ୍ତିପ୍ରତିମା ବାବାଚନ୍ଦ୍ରଶେଖର ଓ ମାତାପାର୍ବତୀଙ୍କୁ ସୁସଜ୍ଜିତ ବିମାନରେ ବେଢ଼ ପରିକ୍ରମା କରାଇବା ପରେ ସାଢ଼େ ଗୋଟାଏରେ ମନ୍ଦିର ଉପରକୁ ମହାଦ୍ୱୀପ ଉଠିବ ବୋଲି ନିଷ୍ପତି ହୋଇଥିଲା।ଜାଗର ଯାତ୍ରାରେ ଚଳିତ ବର୍ଷ ଅଧିକ ଜନସମାଗମ ହେବାକୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଓ ସୁଚାରୁ ରୂପେ ଦର୍ଶନ କରିବାକୁ ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ ।ନଦୀର ଉଭୟପାର୍ଶ୍ଵ ମଞ୍ଚେଶ୍ବର ଓ ପୀଠପାର୍ଶ୍ଵରେ ଦୁଇଟି ମୋଟରବୋଟ ରଖାଯିବ ।ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନନିମନ୍ତେ ମନ୍ଦିର ବେଢାରେ ବ୍ୟାରିକେଡ଼ର ବ୍ୟବସ୍ତା ନିମନ୍ତେ ପୂର୍ତ୍ତ ବିଭାଗ,୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣ ,ଆଲୋକୀ କରଣ ଏବଂ ସାଜାସଜ୍ଜା ନିମନ୍ତେ ଟିପିସିଓଡିଏଲ ଏବଂ ସମ୍ପୃକ୍ତ ବିଭାଗରଅଧିକାରୀ, ମନ୍ଦିର ପରିସର ପରିଷ୍କାର ନିମନ୍ତେ ଆଠଗଡ଼ ଏନ.ଏ.ସି, ଆଶୁଚିକିତ୍ସା ନିମନ୍ତେ ଉପଖଣ୍ଡ ଚିକିତ୍ସାଅଧିକାରୀ ଓ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା ।ଏଥିସହିତ ୨୪ ଘଣ୍ଟିଆ ପାନୀୟଜଳ ଯୋଗାଣ ନିମନ୍ତେ ଆଠଗଡ଼ ଗ୍ରାମ୍ୟଜଳଯୋଗାଣ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାପକ ପୋଲିସ ଅଧିକାରୀଙ୍କ ମୁତୟନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।ତେବେ ଜାଗର ବ୍ରତଦିନ ଭୋର ୪ଟାରୁ ମନ୍ଦିରଦ୍ୱାର ଖୋଲାଯିବା ସହ ମଙ୍ଗଳ ଆରତୀ,ସ୍ୱତନ୍ତ୍ରସ୍ନାନପରେ ବାବାଧବଳେଶ୍ୱରଙ୍କୁ ସ୍ୱତନ୍ତ୍ର ବେଶ କରାଯିବ ।ପ୍ରଶାସନ ନିୟମମୁତାବକ ସନ୍ଧ୍ୟା ଆଳତୀ ଏବଂ ବିଭିନ୍ନ ରୀତିନୀତି ହେବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.