ବଡଭାଇ ଗୁଳିମାଡରେ ସାନଭାଇ ଗୁରୁତର

0 215

ଭଞ୍ଜନଗର,୫/୬(ଏସଏସନିୟୁଜ) ପାରିବାରିକ କଳହକୁ କେନ୍ଦ୍ରକରି ବଡ଼ଭାଇର ଗୁଳିମାଡ଼ରେ ସାନଭାଇ ଗୁରୁତରଆହତ ହୋଇ ମେଡିକାଲରେ ଭର୍ତିହୋଇଛନ୍ତି । ବିଳମ୍ବିତ ରାତିରେ ଏହିଭଳି ଘଟଣା ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ହାତିଗୁଡା ଗାଁ ରେ ଘଟିଛ । ପାରିବାରିକ କଳହକୁ କେନ୍ଦ୍ରକରି, ବଡ଼ଭାଇ ଏକ ଛେରା ବନ୍ଧୁକ ଦ୍ୱାରା ଗୁଳିମାଡ଼ କରିବାରୁ ସାନଭାଇ ନରେନ୍ଦ୍ର ମଳିକଙ୍କର ଗୋଡ଼ ଓ ଜଂଘ ରେ ଗୁଳିଚୋଟ ଲାଗିଛି । ହାତୀଗୁଡା ଗାଁ ବଣ ଓ ପାହାଡିଆ ସ୍ଥାନ ହୋଇଥିବାରୁ ଦୋଳା ସାହାଯ୍ୟରେ ଭାରକରି ନରେନ୍ଦ୍ର କୁ ପ୍ରାୟ ୪ କିଲୋମିଟର ରାସ୍ତା ରେ ବୋହି ନେବାପରେ ଆମ୍ବୁଲାନ୍ସ ରେ ଭଂଜନଗର ମେଡିକାଲ କୁ ନିଆଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.