ଭୁବନେଶ୍ୱର୨୦/୧୨(ଏସଏସନିଉଜ) ସୋମବାର ଦିନ କମିଶନରେଟ ପୁଲିସରେ ୬ ଥାନାର ଇନ୍ସପେକ୍ଟର ଓ ୬ ଏସିପିଙ୍କୁ ଅଦଳବଦଳ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ଜୋନ୍ -୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ପଦୋନ୍ନତି ପାଇ ଅତିରିକ୍ତ ଡିସିପି ଭୁବନେଶ୍ୱର ଭାବେ ଅବସ୍ଥାପିତ ହୋଇଛନ୍ତି । ତାଙ୍କ ସ୍ଥାନରେ କମିଶନରେଟ ମୁଖ୍ୟାଳୟରେ କାର୍ୟ୍ୟରତ ରମେଶ ଚନ୍ଦ୍ର ବିଶୋଇଙ୍କୁ ଜୋନ -୬ର ଏସିପି ଭାବେ ନୂତନ ଦାୟିତ୍ୱ ମିଳିଛି । କମିଶନରେଟ ମୁଖ୍ୟାଳୟରେ ଥିବା ଏସିପି ନାଗାଜୁର୍ନ ପ୍ରଧାନଙ୍କୁ ଲାଇସେନ୍ସ ସେଲ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି । ଜୋନ ୩ ଏସିପି ଭରତ ସାହୁଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜାନ-୪ ଏସିପି ରଜତ କୁମାର ରାୟଙ୍କୁ ଅବସ୍ଥାପିତ କରାଯାଇଛି । ଜୋନ- ୪ ଏସିପି ଭାବେ କମିଶନରେଟ ମୁଖ୍ୟାଳୟରେ କାର୍ୟ୍ୟରତ ପରେଶ କୁମାର ରାଉତଙ୍କୁ ବଦଳି କରାଯାଇଛି । ଧଉଳି ଥାନା ଅଧିକାରୀ ଦୟାନିଧି ନାୟକଙ୍କୁ ଜଟଣୀ ଥାନା, ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଚିତରଞ୍ଜନ ରାଉତଙ୍କୁ ଧଉଳି ଥାନା , ଜଟଣୀ ଥାନାଧିକାରୀ ବିଶ୍ୱରଞ୍ଜନ ସାହୁଙ୍କୁ ଭରତପୁର ଥାନାଧିକାରୀ. ଭରତପୁର ଥାନାଧିକାରୀ ଜ୍ୟୋତିରଞ୍ଜନ ପତିଙ୍କୁ ଡିସିପି ଅଫିସକୁ ବଦଳି ହୋଇଛି ।ମହିଳା ଥାନା ଅଧିକାରୀ ବନିତା ମହାରଣାଙ୍କୁ ଡିସିପି ଅଫିସ, ତାଙ୍କ ସ୍ଥାନରେ ଇନ୍ସପେକ୍ଟର ସନ୍ତୋଷିନୀ ବେହେରାଙ୍କୁ ମହିଳା ଥାନାର ନୂତନ ଥାନାଧିକାରିଣୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।