ଅଗ୍ନି ନିରାପତ୍ତା ପ୍ରମାଣ ପ୍ରଦାନରେ ଅନିୟମିତା ଅଭିଯୋଗ । ବଦଳିଲେ ବି.କେ ଶର୍ମା , ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ

0 907

ଭୁବନେଶ୍ୱର;୨୧/୧୧- ରାଜ୍ୟ ସରକାର ପୋଲିସ ମହାନିର୍ଦ୍ଦେଶକ ଡ.ବିଜୟ କୁମାର ଶର୍ମାଙ୍କୁ ଅଗ୍ନି ନିରାପତ୍ତା ପ୍ରମାଣ ପ୍ରଦାନରେ ଅନିୟମିତା ଅଭିଯୋଗରେ ତାଙ୍କୁ ବଦଳି କରାଯାଇଛ । ତାଙ୍କ ସ୍ଥାନରେ ଅଭୟଙ୍କୁ ନୂତନ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ମଧ୍ୟବର୍ତ୍ତିକାଳୀନ ଡିଜି ଭାବେ ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଅଭୟଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ , ଗୁରୁବାର ଦିନ ଅନ୍ତରୀଣ ପୋଲିସ ଡିଜି ଭାବେ ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗୁରୁବାର ଦିନ କଟକ ପୋଲିସ ମୁଖ୍ୟାଳୟରେ ଆସି ସେ ଦାୟୀତ୍ୱ ନେଇଛନ୍ତି । ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍ ଅନ୍ର ପରେ ସେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ନେବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି , ସରକାର ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ମୋର ଦାୟିତ୍ୱ ବୋଲି କହିଛନ୍ତି । ଏହାସହ ନୂଆ ଡିଜିପି ଅଭୟ ଦାୟୀତ୍ୱ ନେବା ପର୍ଯ୍ୟନ୍ତ ସେ କାର୍ଯ୍ୟଭାର ଗ୍ରହଣ କରିବେ । ବି.କେ ଶର୍ମାଙ୍କ ସ୍ଥାନରେ ସତ୍ୟଜିତ ମହାନ୍ତି ଦାୟିତ୍ୱ ନେଇଛନ୍ତି ।

ଅନ୍ୟପକ୍ଷରେ ସୁନୀଲ ରାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ୱ ଦିଆଯାଇଛି । ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ମୁଖ୍ୟ ଶାସନ ସଚିବ ,ଗୃହ ସଚିବ ଓ ଉନ୍ନୟନ କମିଶନରଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ବିଜୟ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.