ପରଲୋକରେ ବାରଙ୍ଗ କାଚ କାରଖାନା ମାଲିକ

0 496

ଭୁବନେଶ୍ୱର;୨୧/୧୧-ବିଶିଷ୍ଟ ଶିଳ୍ପପତି ତଥା , ବାରଙ୍ଗ ଅଞ୍ଚଳର ପେହେଚାନ୍ ବିଶ୍ୱପ୍ରଶିଦ୍ଧ କାଚକାରଖାନା ମାଲିକ ଯୁଗଳ କିଶୋର ଝୁନ୍ଝୁନ୍ୱାଲା ଙ୍କ ୮୯ ବର୍ଷରେ ପରଲୋକ ଘଟିଛି । କିଛିଦିନ ହେବ ଯୁଗଳ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ବୁଧବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ଝୁନ୍ଝୁନ୍ୱାଲ ବାରଙ୍ଗରେ ପ୍ରଥମେ କାଚକାରଖାନା କରି ବାରଙ୍ଗ ଅଞ୍ଚଳର ନାମ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲା । ତାସହିତ ବାରଙ୍ଗ ଅଞ୍ଚଳର ଲୋକମାନଙ୍କ ପାଇଁ ଡାକ୍ତରଖାନା , କନକଦୂର୍ଗା ମନ୍ଦିର ଏବଂ ବିଦ୍ୟାଳୟ ମଧ୍ୟ ତାଙ୍କ ଉଦ୍ୟମରେ ହୋଇଛି । ତାଙ୍କର ବିୟୋଗରେ ବାରଙ୍ଗରେ ଶୋକର ଛାୟା ଖେଳିଯାଇଛି । ଖବର ପାଇଁ ବାରଙ୍ଗ ଅଞ୍ଚଳର ଶିଳ୍ପପତି ତଥା ସ୍ମିତଉଦ୍ୟୋଗର ମୁଖ୍ୟ କାର୍ଯ୍ୟନିର୍ବାହି ଅର୍ଜ୍ଜୁନ ମହାରଣାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଗୁରୁବାର ଦିନ ତାଙ୍କ ବାସଭବନରେ ପହଞ୍ôଚ ତାଙ୍କ ମରଶରିରରେ ପୁଷ୍ପଗୁଚ୍ଛ ଦେଇ ଶେଷଦର୍ଶନ କରିଛନ୍ତି ।

Leave A Reply

Your email address will not be published.