ଏକାଠି ହେଲେ ଖୁସି ବାଣ୍ଟିଲେ

0 344

ଭୁବନେଶ୍ୱର;୨୦/୧୧- ବ୍ୟସ୍ତ ବ୍ୟହୁଳ ଜୀବନରୁ ସମୟ ବାହାର କରି ପିଲା ଦିନର ସ୍ମୁତିକୁ ସାଉଁଟିଆ ପାଇଁ ଅଣ୍ଟା ଭିଡିଥିଲେ ୨୦୦୨ର ବ୍ୟାଚର ଛାତ୍ରଛାତ୍ରୀ । ଏକାଠି ହେବା ଆଉ ନିଜ ନିଜ ଭିତରେ ସୁଖ ଦୁଃଖ ବାଣ୍ଟିବା । ଆଉ ସମାଜ ପାଇଁ କିଛି ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା । ଏମିତି ଚିନ୍ତାଧାରା ନେଇ ଏକାଠି ହୋଇଥିଲେ ଦଧିବାବନ ଉଚ୍ଚବିଦ୍ୟାଳୟର ୨୦୦୨ବ୍ୟାଚ୍ର କିଛି ଛାତ୍ରଛାତ୍ରୀ ।

ଦୀର୍ଘ ୧୫ ଦିନ ଆଗରୁ ଯୋଜନା କରି ସମସ୍ତ ସାଙ୍ଗମାନଙ୍କୁ ଡାକି ଏକାଠି ହୋଇଥିଲେ । ଏବଂ ଦୁରଦୂରାନ୍ତରେ ରହୁଥିବା ସାଙ୍ଗ ମାନଙ୍କୁ ଫୋନ୍ ଯୋଗେ ମଧ୍ୟ ଖବର ଜଣାଇଥିଲେ । ନିଜର ବ୍ୟସ୍ତ ତଥା କର୍ମବହୁଳ ଜୀବନରେ କିଛି ସମୟ ବାହାର କରି ବୁଧବାର ସମସ୍ତେ ଏକାଠି ହୋଇଥିଲେ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ । ଆଉ ହଜେଇ ଦେଇଥିଲେ ନିଜକୁ ।

ଦୀର୍ଘ ୯ବର୍ଷ ଭିତରେ ନିଜର ଜୀବନ ଶୈଳୀ ବଦଳି ଯାଇଥିଲା ବେଳେ ବଦଳି ନଥିଲା ଏମାନଙ୍କ ବନ୍ଧୁତା । ବିଳମ୍ବ ହେଲେ ବି ବନ୍ଧୁତ୍ୱ ସମ୍ପର୍କ କୁ କେହି ଅଟକେଇ ପାରିନଥିଲେ । ଏକାଠି ହୋଇଥିଲେ ପୁରୁଣା ବନ୍ଧୁ । ଆଉ ସେଇ ସ୍କୁଲ ବେଳର ବନ୍ଧୁ ପାଖରେ ପାଇ ଭୁଲି ଯାଇଥିଲେ ସବୁ କିଛି । ପିଲାଙ୍କ ବାପା ଆଉ ମା ହୋଇଥିଲେ ବି ନିଜେ ନିଜ ବନ୍ଧୁ କୁ ପାଖରେ ପାଇ ପିଲା ଦିନର ସ୍ମୁତିକୁ ସାଉଁଟିଥିଲେ ସମସ୍ତେ । କିଏ ନିଜ ବନ୍ଧୁକୁ ପାଇ ଦୀର୍ଘ ନବର୍ଷର ଘଟିଯାଇଥିବା ଦୁଃଖ ସୁଖର କାହାଣି ବଖାଣୀ ଥିଲେ । ଆଉ କିଏ ପରିବାର ସହ ସାଙ୍ଗକୁ ପାଖରେ ପାଇ ସେଲ୍ପି ମଧ୍ୟ ନେଉଥିଲେ । ଏମିତି ପୁରା ଦିନ ବିତିଯାଇଥିଲା ଏହି ଉଦ୍ଭିଦ ଉଦ୍ୟାନରେ । ପରେ ଏହି ଛାତ୍ରଛାତ୍ରୀ ଆଗାମୀ ଦିନରେ ସମାଜ ପାଇଁ କିଛି ଜନକଲ୍ୟାଣ କାର୍ଯ୍ୟକ୍ରମ କରିବାକୁ ମିଷ୍ପତି ମଧ୍ୟ ନେଇଥିଲେ । ଏଭିଳି କିଛି ମାହୋଲ ଦେଖିବାକୁ ମିଳିଥିଲା ରାଜ୍ୟ ଉଦ୍ଭିଦ ଉଦ୍ୟାନରେ । ଏହି ମିଳନ ପର୍ବରେ ତ୍ରିଲୋଚନ ରାଉତ , କୁନାଲ ରାଉତ , କମଳାକାନ୍ତ ନାୟକ , ଲାଲା ରାଉତ , ସୁବାସ ଜେନା , ଟୁଲୁ ସାସମଲ. ବୁଲା ସାହୁ , ସରୋଜ ଦ୍ୱିବେଦୀ , ପୂର୍ଣ୍ଣଚନ୍ଦ୍ର ମାଝୀ , ଦିବ୍ୟସିଂହ ରାଉତ , ଶ୍ରୀକାନ୍ତ ସାହୁ , ଅଜିତ୍ ରାଉତ , ବାପି ରାଉତ , ଶୁକଦେବ ଜେନା , ଶସ୍ମୀତା ଦଳେଇ  ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.