ବଦଳିଲେ ମୁକ୍ତାକାଶ ଜେଲର

0 152

ବାରଙ୍ଗ,୭/୬(ଏସଏସନିଉଜ)ଜାମୁଝରି ସ୍ଥିତ ବିଜୁପଟନା ୟକ ମୁକ୍ତାକାଶ କାରାଶ୍ରମ ରେ କାର୍ଯ୍ୟରତ ଜେଲର ସ୍ମିତା ମହାନ୍ତି ଙ୍କର ଏଠାରୁ ବଦଳି ହୋଇଛି ।ସେ ନିମାପଡା ସ୍ଥିତ ସବ ଜେଲକୁ ଜେଲର ରୂପେ ବଦଳି ହୋଇଛି ।ତାଙ୍କ ସ୍ଥାନରେ ବାଙ୍କୀ ସବ ଜେଲର ଜେଲର ଅଶୋକ କୁମାର ବେହେରାଙ୍କୁ ଏଠାରେ ନିଯୁକ୍ତି କରାଯାଇଛି ।ବର୍ତ୍ତମାନ କରାଶ୍ରମରେ ୨୮ଜଣ ଅନ୍ତେବାସୀ କଏଦୀ ଥିବାବେଳେ ୧୯ଜଣ ଛୁଟିରେ ରହିଛନ୍ତି ।କରାଶ୍ରମରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ଥିବାବେଳେ ଜଣେ ଅଧିକ୍ଷକ,ଜଣେ ଜେଲର,ଦୁଇଜଣ ଆସିଷ୍ଟାଣ୍ଡ ଜେଲର ରହିବା କଥା କିନ୍ତୁ ଜଣେ ଅଧକ୍ଷକ,ଜଣେ ଜେଲର,ଜଣେ ଆସିଷ୍ଟାଣ୍ଡ ଜେଲର କୁ ନେଇ ଏହା କାର୍ଯ୍ୟକ୍ଷମ ହେଉଅଛି ।

 

Leave A Reply

Your email address will not be published.