ଭଦ୍ରକରେ ୧ଘଣ୍ଟିଆ ରେଳରୋକ

0 224

ଭଦ୍ରକ, ୭/୬(ଏସଏସନିଉଜ) ଭଦ୍ରକରେ ୧ଘଣ୍ଟିଆ ରେଳରୋକ ହୋଇଯାଇଛି ।ଭଦ୍ରକରୁ ୧୯୯୭ ମସିହାରୁ ଡିଏମୟୁ ଭୁବନେଶ୍ବରକୁ ଯାତ୍ରା କରି ଆସୁଥିଲା ।କିନ୍ତୁ ପରେ ଡିଏମୟୁ ମେମୁକୁ ରୂପାନ୍ତରିତ ହବାସହ ଗତ ଜାନୁୟାରୀ ମାସ ୬ତାରିଖରୁ ଏହି ଟ୍ରେନକୁ ବାଲେଶ୍ୱରକୁ ସମ୍ପ୍ରସାରିତ କରାଯାଇଛି । ଟ୍ରେନର ଗତିପଥ ସମ୍ପ୍ରସାରଣ ଫଳରେ ଭଦ୍ରକରୁ ଯାତାୟତ କରୁଥିବା ଯାତ୍ରୀମାନେ ଏବେ ସିଟ ନପାଇ ହଇରାଣ ହେଉଛନ୍ତି ।ଯାହାଫଳରେ ଟ୍ରେନର ସମ୍ପ୍ରସାରଣକୁ ବିରୋଧକରି ପୂର୍ବତନ ବିଧାୟକ ନରେନ ପଲେଇଙ୍କ ସହ ଜିଲ୍ଲାବାସୀ ରେଳରୋକ କରିଥିଲେ । ଆଜି ସକାଳ ୬ରୁ ୭ଟା ଯାଏ ରେଳରୋକ କରି ଏହି ଘଟଣାର ପ୍ରତିବାଦ କରିଥିଲେ । ସ୍ୱତନ୍ତ୍ର ଲୋକାଲ ଟ୍ରେନ ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଯେ ପର୍ଯ୍ୟନ୍ତ ଦିଆଯାଇଛି ସେ ପର‌୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।

Leave A Reply

Your email address will not be published.