ବଢିବ ଶୀତ , ୧୨ରେ ଘୁର୍ଣ୍ଣିବଳୟ

0 291

ଭୁବନେଶ୍ବର : ୫/୧୨- ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ଠାରୁ ଶୀତ ବଢ଼ିବା ଆରମ୍ଭ କରିଛି । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ସାଢ଼େ ତିନି ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବ ଓ ଏହାର ପ୍ରଭାବରେ ଅଧିକ ଥଣ୍ଡା ଅନୁଭୂତ ହେବା ସହିତ  ଆସନ୍ତା ୧୨ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଅଳ୍ପ କିଛି ସ୍ଥାନରେ ହାଲୁକା ବର୍ଷାର ମଧ୍ୟ ସମ୍ଭାବନା ଅଛି ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ତାଙ୍କ  କହିବା ଅନୁସାରେ ତିନିଦିନ ପର୍ଯ୍ୟନ୍ତ ଶୀତ ବଢ଼ିବ। ତେବେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ପବନ ବହିବା କାରଣରୁ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ, କିନ୍ତୁ ଶୀତ ଲାଗିରହିବ। ୧୨ ତାରିଖ ବେଳକୁ ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୧୩ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ହୋଇପାରେ। ଆଭ୍ୟନ୍ତରୀଣ, ଦକ୍ଷିଣ ପଶ୍ଚିମ ଓଡ଼ିଶା, ଦକ୍ଷିଣ ପଶ୍ଚିମ ସୀମାନ୍ତବର୍ତ୍ତି ଅଞ୍ଚଳ ଏବଂ ଉତ୍ତର ଓଡ଼ିଶାରେ ଥଣ୍ଡା ଲାଗି ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Leave A Reply

Your email address will not be published.