ଏଣିକି ମାଂସ ଝୁଲେଇ ବିକି ପାରିବେନି ଦୋକାନି

0 291

ଭୁବନେଶ୍ବର:୫/୧୨-ଏଣିକି ମାଂସ ଦୋକାନରେ ଛେଳି ମାଂସ ଝୁଲେଇକି ବିକ୍ରି କରିପାରିବେ ନାହିଁ ଦୋକାନି । ଯାହାକୁ ନେଇ ସମସ୍ତ ବ୍ୟବସାୟୀଙ୍କୁ ଅବଗତ କରାଯାଇଛି ଫୁଟ ସେଫଟି ଅଫିସର । ତା ସହିତ ସୁରକ୍ଷା, ନିରାପତ୍ତା ଓ ସ୍ବଚ୍ଛତା ଦୃଷ୍ଟିରୁ ସମସ୍ତ ଦିଗକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ଗତକାଲି ରାଜଧାନୀରେ  ୟୁନିଟ ୪ରେ ଥିବା ମାଛ ଓ ମାଂସ ମାର୍କେଟରେ ଫୁଡ ସେଫଟି ଟିମର ଚଢାଉ କରିଥିଲା  । ମାଛରେ ଫର୍ମାଲିନ ବ୍ୟବହାର ହେଉଛି କି ନାହିଁ ସେ ଦିଗରେ ଯାଞ୍ଚ ହେବା ସହ କିଛି ନମୁନା ଟେଷ୍ଟ ପାଇଁ ସଂଗ୍ରହ କରାଯାଇଛି ।ତେବେ ମାଂସ ମାର୍କେଟରେ ମାଛି ଭଣଭଣ ହେଉଥିବା ସ୍ଥାନମାନଙ୍କରେ ଜାଲି ବ୍ୟବହାର କରିବା ସହ ମାଂସକୁ ଝୁଲେଇ ନ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ରହିଛି । ଏଥିସହ ସଫାସୁତୁରା ରଖିବା ବିଶେଷ କରି ମଟନ ମାର୍କେଟରେ କଡା ନିର୍ଦ୍ଦେଶ ଦେଇଛନ୍ତି ଫୁଡ ସେଫଟି ଅଫିସର ।ତେବେ ଆଗାମୀ ଦିନରେ ପୁରୁଣା ମାଂସ ମାରର୍କେଟ ବାରଙ୍ଗ  ହୋଇଥିବା ବେଳେ ଏଠାକୁ ଅଞ୍ଚଳ ଓ ଅଞ୍ଚଳର ବାହାରୁ ଲୋକମାନଙ୍କ ସହ ବ୍ୟବସାୟୀମାନେ ମାଛ ଓ ମାଂସ ଉପରେ ନିର୍ଭରଶିଳ ହୋଇଥାନ୍ତି । ତେବେ ଏଠାରେ କିଭଳି ସ୍ଥିତି ରହିଛି ଜାଣିବା ପାଇଁ ଫୁଡ ସେଫଟି ଅଫିସରମାନେ ଅଚାନକ ଚଢଉ କରିପାରନ୍ତି ବୋଲି ବିଶେଷସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.