ବଢ଼ିଲା ଅଡ଼ୁଆ

ଆଜିର ଖବର ତାରିଖ–୦୩-୦୯-୨୦୨୧(ଶୁକ୍ରବାର)

0 744

୧.ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣା ପତ୍ର, ଖର୍ଚ୍ଚ ହେବ ୭ କୋଟି ୨୧ ଲକ୍ଷ ଟଙ୍କା ।
୨. ସାରା ଦେଶରୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ।
୩. କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ ।
୪. ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ ।
୫. ଅନୀଲ ଦେଶମୁଖଙ୍କ ପାଇଁ ଅଡ଼ୁଆ ବଢ଼ିଲା, ତାଙ୍କ ଓକିଲ ଏବଂ ଏସ୍‌ଆଇଙ୍କୁ ରିମାଣ୍ଡରେ ନେଲା CBI ।
୬. ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।
୭. ୫ କୋଟି ଟଙ୍କାର ମାନହାନି ମାମଲା କଲେ ଦୂତି ଚାନ୍ଦ ।
୮. ହଟ୍ଟଗୋଳ ଭିତରେ ୩ ବିଲ୍ ଗୃହୀତ: ରାଜ୍ୟରେ ଖୋଲିବ ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ’ ।
୯. କଳାହାଣ୍ଡି ଜିଲ୍ଲା ଜୁନାଗଡରୁ ଏକ ହୋଣ୍ଡାସିଟି କାରରେ ଗଞ୍ଜେଇ ରାଜସ୍ଥାନର କୋଟା ଚାଲାଣ ହେଉଥିବା ବେଳେ ସୂଚନା ପାଇ ଝାରସୁଗୁଡା ପୋଲିସ ରାସ୍ତରେ ମାଡିବସିଥିବା ଜଣାପଡ଼ିଛି ।
୧୦. ତୃତୀୟ ଲହର ଆଶଙ୍କା ମଧ୍ୟରେ ଆସିଲା ଚିନ୍ତାଜନକ ରିପୋର୍ଟ, ତାମିଲନାଡୁ ରାଜ୍ୟରେ ଦୃତ ଗତିରେ ସଂକ୍ରମିତ ହେଉଛନ୍ତି ଶିଶୁ
୧୧. ଆଫଗାନିସ୍ତାନରେ ନିଆଁ ଲଗାଇ ନିଜ ଗେଟ୍ ବନ୍ଦ କରିଦେଲା ପାକିସ୍ତାନ, ଚମନ ସୀମାରେ ଏବେ ଭୟଙ୍କର ସ୍ଥିତି ।
୧୨. ଜେଇଇ ପରୀକ୍ଷାରେ ଅନିୟମିତତା, ୬ଟି ରାଜ୍ୟରେ ସିବିଆଇ ରେଡ୍‌ ।
୧୩. ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚୁତର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୧୯୧ ରନରେ ଅଲଆଉଟ ହୋଇଯାଇଛି ଭାରତୀୟ ଟିମ । ଅଧିନାୟକ ବିରାଟ କୋହଲି ଏବଂ ଶେଷରେ ଶାର୍ଦ୍ଦୁଲ ଠାକୁରଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଛି ଭାରତ ।
୧୪. ଦେଶରେ କରୋନାର ଦ୍ୱିତୀୟ ଲହର ଥମିବା ପରେ ନିକଟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ୫ ରାଜ୍ୟ । ବିଶେଷକରି ତେଲେଙ୍ଗାନା, ହରିୟାଣା ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସେପ୍ଟେମ୍ବରରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୁନଃଆରମ୍ଭ ଘୋଷଣା ପରେ ଓଡ଼ିଶାରେ କେବେ ସ୍କୁଲ ଖୋଲିବ ତାକୁ ଅପେକ୍ଷା ।
୧୫. ପଞ୍ଜଶିର ଦଖଲ ନେଇ ନାକେଦମ୍‌ ହେଲାଣି ତାଲିବାନ, ଗଲାଣି ଶହଶହ ତାଲିବାନୀଙ୍କ ଜୀବନ ।
୧୬. ହଟିବ ରାଜୀବ ଗାନ୍ଧୀଙ୍କ ନାଁ : ଆସାମର ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କ ନାଁ ହେବ ଓରାଙ୍ଗ ନ୍ୟାସନାଲ ପାର୍କ ।
୧୭. ଦୁଇ ଭାଗରେ ବିଭକ୍ତ ହେବ ପିଏଫ ଆକାଉଣ୍ଟ, ସରକାର ଜାରି କଲେ ବିଜ୍ଞପ୍ତି
ଅର୍ଥାତ ପିଏଫ ଆକାଉଣ୍ଟ ପାଇଁ ଦୁଇଟି ଖାତାର ବ୍ୟବସ୍ଥା ହେବ । ଏହି ନିୟମ କେବଳ ବର୍ଷକରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ଜମା ହେଉଥିବା ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହେବ ।
୧୮. ଆସନ୍ତା ୨୪ ଘଣ୍ଟା ମଧ୍ୟରେ୧୦ରୁ ଉର୍ଦ୍ଧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର,କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ରାୟଗଡ଼ା ଓ ନୟାଗଡ଼ ଆଦି ରହିଛି ।
୧୯. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୩୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୪ ହଜାର ୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୫୦୩ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୮ କୁ ବୃଦ୍ଧି ହୋଇଛି
୨୦. ଦିଲ୍ଲୀବାସୀଙ୍କୁ ନୟାନ୍ତ କଲାଣି ବର୍ଷା । ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ଦିଲ୍ଲୀର ଅଧିକାଂଶ ସହର ଏବେ ଜଳାର୍ଣ୍ଣବ ।
୨୧. ପୂର୍ବତଟ ରେଳପଥରେ ବରିଷ୍ଠ କ୍ରୀଡା ଅଧିକାରୀ ଭାବେ ଯୋଗ ଦେଲେ ପ୍ରଖ୍ୟାତ ହକି ଖେଳାଳି ଅମିତ ରୋହିତଦାସ ।
୨୨. ଶୀତଳ ଯୁଦ୍ଧର ଅବସାନ: ହିବାତୁଲ୍ଲାଙ୍କ ନିର୍ଦେଶରେ ଚାଲିବ ସରକାର, ମୁଖ୍ୟ ସହଯୋଗୀ ରହିବେ ଘନି । ଆଫଗାନିସ୍ତାନରେ ଆଜି ସରକାର ଗଠନ କରିପାରେ ତାଲିବାନ, ନମାଜ ପରେ ହୋଇପାରେ ମନ୍ତ୍ରୀମଣ୍ଡଳ ଘୋଷଣା ।
୨୩. ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ସେଠାରେ ଉପଲବ୍ଧ ସେବା ସଂପର୍କିତ ସୂଚନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି । ଉକ୍ତ ନମ୍ବର ହେଲା -୦୬୭୫୨ ୨୯୧୨୯୧ ।
୨୪. ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ଯୋଜନାରେ ଓଡ଼ିଶା ଦ୍ୱିତୀୟ: ନବ ଦାସ
୨୫. ରାଜଧାନୀରୁ ଚିହ୍ନଟ ହେଲେ ୨୩୪ଜଣ କରୋନା ଆକ୍ରାନ୍ତ ଓ ସୁସ୍ଥ ହେଲେ ୨୫୪ଜଣ ।
୨୬. ଯାତ୍ରୀମାନଙ୍କ ସୁବିଧା ପାଇଁ ନିମ୍ନଲିଖିତ ଅନୁଯାୟୀ ବିଶାଖାପାଟନମ୍‌-ଅମୃତସର-ବିଶାଖାପାଟନମ୍‌ ହୀରାକୁଦ୍‌ ସ୍ୱତନ୍ତ୍ର, ପୁରୀ-ହାଓଡ଼ା-ପୁରୀ ଜଗନ୍ନାଥ ସ୍ୱତନ୍ତ୍ର ଏବଂ ଖୋର୍ଦ୍ଧା ରୋଡ୍‌-ପୁରୀ-ଖୋର୍ଦ୍ଧା ରୋଡ୍‌ ପାସେଞ୍ଜର ସ୍ୱତନ୍ତ୍ର ସେବା ପ୍ରାରମ୍ଭ କରିବାକୁ ରେଳବାଇ ପକ୍ଷରୁ ନିମ୍ନ ଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ।
୨୭. ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି-ଏତିକି ବଡ କରିପାରିବେ ମୂର୍ତ୍ତୀ, ଭୋଜି ବନ୍ଦ । ଶିକ୍ଷାନୁଷ୍ଠାନରେ ମାତ୍ର ୨୦ ଜଣଙ୍କୁ ନେଇ ପୂଜା ଅନୁଷ୍ଠିତ ହେବ ବୋଲି ନିଗମ ପକ୍ଷରୁ କୁହାଯାଇଛି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING 🙏ବିଶ୍ବାସ ନହେଲେ ବି ସତ
କାହାରିକୁ ମିଛ ଆଶ୍ବାସନା ଦେଇ ସମ୍ପର୍କ ରଖିବାଠୁ ଭଲ ସତ କହି ସମ୍ପର୍କ କାଟି ଦିଅ…. ” କାହିଁକିନା “ଆପଣଙ୍କ ମିଛ ଆଶ୍ବାସନା କାହାରି ଜୀବନକୁ ବର୍ବାଦ କରିଦେଇ ପାରେ …. ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ ।

Leave A Reply

Your email address will not be published.