ବଢୁଛି କୋଭିଡ ,ବଢ଼ାଉଛି ଚିନ୍ତା

0 85

ଭୁବନେଶ୍ୱର,୧୯।୧୨(ଏସଏସନିଉଜ) କୋଭିଡ ତାର ନୂଆ ରୂପରେ ଧୀରେ ଧୀରେ ଅଗ୍ରସର ହେବାକୁ ଲାଗିଛି।ଯାହାକୁ ନେଇ ଏବେଠାରୁ ଚିନ୍ତା ବଢାଇବା ଆରମ୍ଭ କରିଛି।ଏହାକୁ ମୁକାବିଲା କରିବାପାଇଁ କେନ୍ଦ୍ରସରକାର ରାଜ୍ୟମାନଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ନୂଆବର୍ଷ ଉତ୍ସବ ଯୋଗୁଁ କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସତର୍କ କଲା କେନ୍ଦ୍ର।ଜିଲ୍ଲାସ୍ତରରେ ‘ସାରି’ ଓ ‘ଇଲି’ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ବି ପରାମର୍ଶ ଦିଆଯାଇଛି।RT-PCR ଟେଷ୍ଟ ସହ ପଜିଟିଭ୍‌କୁ ଜିନମ୍‌ ସିକ୍ୟୁଏନ୍‌ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ ମିଳିଥିବାର ଜଣାପଡିଛି।

Leave A Reply

Your email address will not be published.