ବାହାନଗା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

0 331

ବାଲେଶ୍ୱର,୮/୫(ଏସଏସନିୟୁଜ)୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଡ୍ରାଇଭର ଅଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ସଞ୍ଜୟ ଧଡ଼ା ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି।ଭୋର ସମୟରେ ଛିଡାହୋଇଥିବା ଶାଗୁ ବୋଝେଇ ଟ୍ରକର ପଛପଟୁ ବାଲି ବୋଝେଇ ଟ୍ରକ ଧକ୍କା ଦେଇଥିଲା ।ଫଳରେ ବାଲିବୋଝେଇ ଟ୍ରକଚାଳକମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିବାପରେ ତହସିଲ କର୍ମଚାରୀ ପହଞ୍ଚି ୧୦ ହଜାର ଟଙ୍କାର ସହାୟତା ରାଶି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.