ବାହୁଡ଼ାଯାତ୍ରାରେ ଦୁଇଗୋଷ୍ଠୀ ମୁହାଁମୁହିଁ

0 121

ସୁନ୍ଦରଗଡ଼, ୨୯ା୬(ଏସଏସନିଉଜ) ବାହୁଡ଼ାଯାତ୍ରା ବେଳେ ତଳସରା ଥାନା ସବଡେଗାରେ ୨ଗୋଷ୍ଠୀ ମୁହାଁମୁହିଁ ହେବାରୁ ୫ ଯୁବକ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ବାହୁଡାଯାତ୍ରାବେଳେ କିଛି ଯୁବକ ଜୟ ଶ୍ରୀରାମ ନାରା ଦେବାକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକମାନଙ୍କଉପରେ ଚାପ ପକାଇବାରୁ ଗଣ୍ଡୋଗଳ ଆରମ୍ଭ ହୋଇଥିଲା ।ଫଳରେ ଭୁଜାଲିଆକ୍ରମଣରେ ଗୋଟିଏ ଗୋଷ୍ଠୀର ୫ ଜଣ ଆହତ ହୋଇଥିଲେ । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ୩ପ୍ଲାଟୁନପୋଲିସଫୋର୍ସଧରି ଘଟଣା ଉପରେ ତିକ୍ଷ୍ନଣ ନଜର ରଖିଥିବାର ଜଣାପଡିଛି ।

 

Leave A Reply

Your email address will not be published.