ଭୁବନେଶ୍ଵର,୧୬।୫(ଏସଏସନିୟୂଜ)ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଛି।ସେଥିମଧ୍ୟରେ କୋରାପୁଟ ଜିଲ୍ଲାରେ ୩, ଗଞ୍ଜାମରେ ୨, ଗଜପତିରେ ଜଣଙ୍କ ମୃତ୍ୟୁ ହୋଇଛି।କୋରାପୁଟ ଲକ୍ଷ୍ମୀପୁରରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ଯୁବତୀ ମୃତ୍ୟୁ ହୋଇଥିବା ବେଳେପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗାଁରେ ଜଣେ ନାବାଳକ,ଗଜପତିଜିଲ୍ଲା ମୋହନା ଆର୍. ଉଦୟଗିରି କାନକଟାରେ ଜଣେ ଯୁବତୀର ମୃତ୍ୟୁ ହୋଇଥିବାର ଜଣାପଡିଛି।
