ବଜ୍ରାଘାତରେ ୩୨ ଗୋରୁ ଓ ୩୬ ମେଣ୍ଢା ମୃତ

0 233

କେନ୍ଦୁଝର, ୪/୭(ଏସଏସନିୟୁଜ) ବାଂଶପାଳ ବ୍ଲକର କାଦକଳା ଗ୍ରାମରେ ବଜ୍ରପାତରେ ୩୦ ଟି ଗାଈ, ବଳଦ ଓ ୩୬ଟି ମେଣ୍ଢାର ମୁତ୍ୟୁ ହୋଇଛି । କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ଟି, ଚେମଣା ବେହେରାଙ୍କ ୫ଟି, କୀର୍ତ୍ତନ ବେହେରାଙ୍କ ୫ଟି. ନିତ୍ୟାନନ୍ଦ ବେହେରାଙ୍କ ୫ଟି, ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ଟି ଗାଈ, ବଳଦ ଓ ଛୋଟ ବାଛୁରୀଙ୍କ ମୃତ୍ୟୁ ଘଟିଛି ।ସେହିଭଳିଭାବେ ବାଡ଼ିଆ ବେହେରାଙ୍କ ୧୮ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି ମେଣ୍ଢା ପ୍ରାଣ ହରାଇଛନ୍ତି । ଜଙ୍ଗଲରେ ଗାଈ ଚରୁଥିବାବେଳେ ଝିପି ଝିପି ବର୍ଷାସହ ବଜ୍ରପାତ ହୋଇଥିଲା।

Leave A Reply

Your email address will not be published.