ବଲାଙ୍ଗୀରରୁ ୨ କରୋନା ପଜିଟିଭ୍ ଚିହ୍ନଟ

0 192

ଭୁବନେଶ୍ବର,୧/୫(ଏସଏସନିୟୁଜ) ରାଜ୍ୟରେ ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା । ବଲାଙ୍ଗୀରରେ ଆଜି ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ବଲାଙ୍ଗୀରର ଲେଖାରିଆ ଗ୍ରାମରୁ ଏହି ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି । ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୨ ଏବଂ ୧୮ବର୍ଷ ହୋଇଥିବାବେଳେ ଉଭୟ ଲେଖାରୀ ଗ୍ରାମର ବୋଲି ସୁଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି ।ଉଭୟ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିବା ବେଳେ ଉଭୟଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

Leave A Reply

Your email address will not be published.