ପୁଣି ବଢିଲା ଲକ୍‌ଡାଉନ ଅବଧି

0 268

ନୁଆଦିଲ୍ଲୀ,୧/୫- କରୋନା ପାଇଁ ଦେଶରେ ଜାରିହୋଇଥିବା ଲକଡାଉନ ଆଉ ଦୁଇସପ୍ତାହ ବଢାଇଛନ୍ତି କେନ୍ଦ୍ରସରକାର ।ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣ କରାଯାଇଛି ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ମେ୪ରୁ୧୭ରାତିଖ ଯାଏ ଲକଡାଉନ ତୃତୀୟ ଥର କାର୍ଯ୍ୟକାରୀ ହେବ । କରୋନାପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ୨୧ଦିନ,ପରେଏପ୍ରିଲ୧୪ରୁମେଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା ।
ଅର୍ଥାତ ଦେଶରେ୪୦ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା ।ଦ୍ୱତୀୟ ପର୍ଯ୍ୟାୟ ଲକଡାଉନ ମେ୩ରାତି୧୨ଟାରେ ଶେଷ ହେବାର ଥିଲା ।କିନ୍ତୁ ଆଜି କେନ୍ଦ୍ରସରକାର ଲକଡାଉନ ଅବଧିକୁ ୨ସପ୍ତାହ ଯାଏ ବୃଦ୍ଧି କରିଛନ୍ତି । ମେ ୧୭ରାତିଖ ରାତି୧୨ଟା ଯାଏ ଏହି ଲକଡାଉନନୀୟମ ବଳବତର ରହିବ ।ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମନ୍ତ୍ରଣାଳୟ ଏପରି ନିଷ୍ପତି ନେଇଛି । ପୁର୍ବରୁ ପ୍ରଧାନମନ୍ତ୍ରୀ ଦୁଇଥର ଦେଶବାସୀଙ୍କୁ ଉଦ୍‌ବୋଧନ କରି ଲକଡାଉନ ବୃଦ୍ଧି ସର୍ମ୍ପକରେ ଘୋଷଣା କରିଥିଲେ ।ହେଲେ ଏଥିରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଲକଡାଉନ ବୃଦ୍ଧି ସର୍ମ୍ପକରେ ଘୋଷଣା କରିଛନ୍ତି ।

Leave A Reply

Your email address will not be published.