ବାଲି ବୋଝେଇ ଟ୍ରାକ୍ଟର ଜବତ

ବାରଙ୍ଗ,୧୦/୯ (ଏସଏସନିଉଜ) ମଙ୍ଗଳବାର ପୂର୍ବାହ୍ନ ୯ଟା ସମୟରେ ଗୋଡ଼ିସାହି ଫାଣ୍ଡି ପୋଲିସର ଏକ ପେଟ୍ରୋଲିଂ ଦଳ ନିଜ ଅଞ୍ଚଳରେ ପଇଁତରା ମାରୁଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ବାଲି ବୋଝେଇ କରି ଗୋଡ଼ିସାହି ପଟୁ ତ୍ରିଶୂଳିଆ ଅଭିମୁଖେ ଆସୁଥିଲା। ପେଟ୍ରୋଲିଂ ଦଳ ଟ୍ରାକ୍ଟରଟିକୁ ଦେଖି ଅଟକାଇ ଥିଲେ। ଏହି ସମୟରେ ବାଲି ପରିବହନ ହେଉଥିବା ନେଇ କାଗଜ ପତ୍ର ମାଗିଥିଲେ। ଟ୍ରାକ୍ଟର ଚାଳକ ଏ ନେଇ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲେ। ସଙ୍ଗେ ସଙ୍ଗେ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଟ୍ରାକ୍ଟରଟିକୁ ଜବତ କରିକଟକ ଜିଲ୍ଲା ଖଣି ଅଧିକାରୀଙ୍କୁ ଅବଗତ କରିଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.