ବାଲିବୋଝେଇ ହାଇୱାକୁ ଧରିଲେ, ପୋଲିସକୁ ଦେଲେ

0 46

ବାରଙ୍ଗ,୮ା୭(ଏସଏସନିଉଜ) ସୋମବାରରାତିରେ ଆଠଗଡଆଡୁ ବାରଙ୍ଗଦେଇ ଆସୁଥିବା ୨ଟିବାଲିବୋଝେଇ ହାଇୱା ମଧ୍ୟରୁ ଗୋଟିଏଗାଡିକୁ ବାରଙ୍ଗ ଟ୍ରକଆସୋସିଏସନର ପଦାଧିକାରୀମାନେ ଧରି ବାରଙ୍ଗପୋଲିସକୁ ହସ୍ତାନ୍ତର କରିଛନ୍ତି । ୨ଟିହାଇୱା ବେଆଇନବାଲିଘାଟରୁ ବେଆଇନଭାବେ ବାଲିଆଣୁଥିବାର ଆସୋସିଏସନ ପକ୍ଷରୁ ଅଭିଯୋଗ କରାଯାଇଛି । ଗାଡିଦୁଇଟି ବାଲିବୋଝେଇକରି ଆଠଗଡପଟରୁ ବାରଙ୍ଗଦେଇଆସୁଥିବାବେଳେ ତ୍ରିଶୁଳିଆଛକପାଖରେ ବାରଙ୍ଗଟ୍ରକମାଲିକସଂଘର କର୍ମକର୍ତାମାନେ ରୋକି କାଗଜପତ୍ର ଯାଂଚ କରିଥିଲେ ।ବାଲିଚାଳଣ କରିବାର ସଠିକକାଗଜପତ୍ର ଚାଳକଦ୍ୱାୟ ନଦେଖାଇପାରିବାରୁ ଗାଡିଦୁଇଟିକୁ ରୋକି ବାରଙ୍ଗଥାନାରେ ଜିମା ଦେବାପାଇଁ ସାଙ୍ଗରେ ଆଣିଥିଲେ ।କିନ୍ତୁ ସେଥିମଧ୍ୟରୁ ଗୋଟିଏଗାଡି କୈାଶଳକ୍ରମେ ଖସି ପଳାଇଯାଇଥିବାବେଳେ ଓଡି୦୫ବିଏନ-୪୦୮୧ନଂ ହାଇୱାକୁ ଆସୋସିଏସନ ପକ୍ଷରୁ ବାରଙ୍ଗଥାନାକୁ ହସ୍ତାନ୍ତର କରାଯିବାସହ ଖଣିବିଭାଗର ଅଧିକାରୀଙ୍କୁ ସୁଚନା ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.