ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

0 256

ଭୁବନେଶ୍ୱର,୧୪/୬(ଏସଏସନିୟୁଜ)ବଲିଉଡରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ୩୪ବର୍ଷ ବୟସ୍କ ଅଭିନେତା ସୁଶାନ୍ତ ସିଂହ ରାଜପୁତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତଙ୍କ ଘରେ କାମ କରୁଥିବା ମେଡ ପୋଲିସକୁ ଏବିଷୟରେ ସୂଚନା ଦେଇଛନ୍ତି।ସେ ମୁମ୍ବାଇ ସ୍ଥିତ ବାନ୍ଦ୍ରା ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମୁମ୍ବାଇ ପୋଲିସ୍ ପହଞ୍ଚିଛି। କିଛି ଦିନ ତଳେ ତାଙ୍କ ମ୍ୟାନେଜର ରହିଥିବା ଦିଶା ସାଲିଏନ ମଧ୍ୟ ୧୫ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।ବିହାରର ପାଟନାରେ ସୁଶାନ୍ତ ସିଂ ରାଜପୁତଙ୍କ ଘର । ଟିଭି ସିରିୟଲ ‘ପବିତ୍ର ରିସ୍ତା’ରୁ କ୍ୟାରିୟର ଆରମ୍ଭ କରିଥିଲେ । ଧୋନିଙ୍କ ବାୟୋପିକ୍‌ରେ ଅଭିନୟ କରିଥିଲେ ସୁଶାନ୍ତ ସିଂ । ‘କାଇପୋଚେ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ ସୁଶାନ୍ତ । ପିକେ, ଛିଛୋରେ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଏବେ ବଲିଉଡରେ ଜଣେ ଉଦୀୟମାନ କଳାକାର ଭାବେ ପରିଚିତ ଥିଲେ। ତାଙ୍କ ଦମଦାର ଅଭିନୟ ଯୋଗୁଁ ସେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଏଭଳି ପରିସ୍ଥିତିରେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.