ଖୋର୍ଦ୍ଧାରେ ଫୁଟିଲା ଗୁଳି , ଜଣେ ମୃତ

0 315

ଭୁବନେଶ୍ବର :୧୪/୬(ଏସଏସଏନ୍) ପହିଲ ରଜରେ ଖୋର୍ଦ୍ଧା ରେ  ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆର ଆଦିବାସୀ ସାହିରେ ଘଟିଛି।ଏହି ହତ୍ୟାକାଣ୍ଡ ର ପକୃତ କାରଣ ଜଣାପଡିନଥିବା ବେଳେ  ବ୍ରାଉନସୁଗାର କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗୁଳିମାଡରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ମାନ ପ୍ରଧାନ ।ଗୁଳିକାଣ୍ଡ ଘଟାଇ ସମସ୍ତ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଆଜି ସକାଳୁ ସକାଳୁ ଗୁଳି କରି ହତ୍ୟା କରାଯାଇଛି । ସକାଳୁ ସକାଳୁ ମାନ ପ୍ରଧାନ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ବୃତ୍ତ ମାନେ ୪ ରୁ ୫ ରାଉଣ୍ଡ ଗୁଳି ମାନ ମୁଣ୍ଡକୁ ମାରିଥିଲେ । ଦୁର୍ବୃତ୍ତଙ୍କୁ ଧରିବାକୁ ଗଲା ବେଳକୁ ଖସି ପଳାଇଥିଲେ । ସେପଟେ ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ପୋଲିସ ସୃତ୍ରରୁ ଜଣାପଡିଛି ।

Leave A Reply

Your email address will not be published.